Categories: ଜାତୀୟ

ସେପ୍ଟିକ୍‌ ଟ୍ୟାଙ୍କ୍‌ରୁ ଗ୍ୟାସ୍‌ ଲିକ୍‌ରେ ୧୦୦ ଛାତ୍ରୀଛାତ୍ର ଅସୁସ୍ଥ: ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଦନ୍ତ ଆରମ୍ଭ

କିଶନଗିରି,୧୫।୧୦: ତାମିଲନାଡୁର ହୋସୁର ଜିଲାରେ ଗ୍ୟାସ୍‌ ଲିକ୍‌ ଯୋଗୁ ଏକ କର୍ପୋରେଶନ ମିଡିଲ୍‌ ସ୍କୁଲ୍‌ର ପ୍ରାୟ ୧୦୦ଜଣ ପିଲା ଅସୁସ୍ଥ ହୋଇପଡ଼ିଛନ୍ତି। ସ୍କୁଲ୍‌ ପରିସରରେ ଥିବା ସେପ୍ଟିକ୍‌ ଟ୍ୟାଙ୍କ୍‌ରୁ ଗ୍ୟାସ୍‌ ଲିକ୍‌ ହେବାରୁ ପିଲାମାନଙ୍କର ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା। ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜିଲାପାଳ ଭି. ଜୟା ଚନ୍ଦ୍ରଭାନୁ ରେଡ୍ଡୀ ସମ୍ପୃକ୍ତ ସ୍କୁଲ୍‌ ଓ ହୋସୁର ସରକାରୀ ହସ୍ପିଟାଲକୁ ଯାଇ ପିଲାମାନଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ହୋସୁର କର୍ପୋରେଶନ ଏବଂ ସ୍କୁଲ୍‌ ଶିକ୍ଷା ବିଭାଗର ଅଧିକାରୀମାନେ ସ୍କୁଲ୍‌ରେ ପହଞ୍ଚି ଗ୍ୟାସ୍‌ ଲିକ୍‌ର କାରଣ ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି।

Share