Categories: ଜାତୀୟ

ବାଦଲ ଫଟା ବର୍ଷାରେ ବୁଡ଼ିଗଲା ୧୦ ହଜାର କୋଟିରୁ ଅଧିକ: ରାଜ୍ୟ ବର୍ଷେ ପଛୁଆ…

ଶିମଲା,୧୬।୮ : ହିମାଚଳ ପ୍ରଦେଶରେ ମୌସୁମୀ ବିପର୍ଯ୍ୟୟ ଜାରି ରହିଛି। ବାଦଲ ଫଟା ବର୍ଷା ଯୋଗୁ ବନ୍ୟା ଓ ଭୂସ୍ଖଳନ ଯୋଗୁ ରାଜ୍ୟର ୧୦ ହଜାର କୋଟିରୁ ଅଧିକ ଟଙ୍କାର କ୍ଷୟକ୍ଷତି ହୋଇଛି। ଏହା ସହିତ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ରାଜ୍ୟ ବର୍ଷେ ପଛୁଆ ହୋଇ ଯାଇଛି। ବନ୍ୟା ମୃତ୍ୟୁ ସଂଖ୍ୟା ୬୦ରେ ପହଞ୍ଚିଛି। ଅଧିକାରୀଙ୍କ କହିବାନୁସାରେ, ବିଭିନ୍ନ କାରଣରୁ ମୌସୁମୀ ଋତୁରେ ୨୬୦ ଜଣଙ୍କ ମୃତ୍ୟୁ ଘଟିଛି। ୨୬୦ ଜଣଙ୍କ ମଧ୍ୟରୁ ୬୬ ଜଣଙ୍କର ଭୂସ୍ଖଳନ ଏବଂ ବନ୍ୟା ଯୋଗୁଁ ମୃତ୍ୟୁ ଘଟିଛିି।

ସଡ଼କ ଦୁର୍ଘଟଣା କିମ୍ବା ଅନ୍ୟାନ୍ୟ କାରଣରୁ ୧୯୧ ଜଣଙ୍କ ମୃତ୍ୟୁ ଘଟିଛି। ୩୨ ଜଣ ନିଖୋଜ ଥିବାବେଳେ ୨୯୦ ଜଣ ଆହତ ହୋଇଛନ୍ତି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ରାଜ୍ୟରେ ୧୩୭୬ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ ଏପର୍ଯ୍ୟନ୍ତ ୭୯୩୫ ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି ।

୨୭୦ ଟି ଦୋକାନ କ୍ଷତିଗ୍ରସ୍ତ ହୋଇଛି ଏବଂ ୨୭୨୭ ଟି ଗୋଶାଳା ନଷ୍ଟ ହୋଇଯାଇଛି। ସରକାରୀ ତଥ୍ୟ ଅନୁଯାୟୀ, ରାଜ୍ୟରେ ଏପର୍ଯ୍ୟନ୍ତ ୯୦ ଭୂସ୍ଖଳନ, ୧୭୦ ଥର ବାଦଲ ଫଟା ବର୍ଷା ଏବଂ ୫୫ ବନ୍ୟା ପରିସ୍ଥିତି ଦେଖାଦେଇଛି। ରାଜ୍ୟରେ ୨ଟି ଜାତୀୟ ରାଜପଥ ସମେତ ପ୍ରାୟ ୮୫୭ ରାସ୍ତା ବନ୍ଦ ରହିଛି। ୪୨୮୫ ବିଦ୍ୟୁତ ଯୋଗାଣ ଯୋଜନା ଏପର୍ଯ୍ୟନ୍ତ ବାଧାପ୍ରାପ୍ତ ହୋଇଛି ଏବଂ ୮୮୯ ଜଳ ଯୋଗାଣ ଯୋଜନା ବାଧାପ୍ରାପ୍ତ ହୋଇଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ରାଜ୍ୟର ୧୨ ଜିଲା ମଧ୍ୟରୁ ୧୧ଟିରେ ସଙ୍କଟ ସୃଷ୍ଟି ହୋଇଛି।

Share