ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମହୁ ମାଛି ଆତଙ୍କ: ୧୫ରୁ ଊର୍ଦ୍ଧ୍ୱ ଆହତ

ଭୁବନେଶ୍ୱର, ୧୧।୩(ବ୍ୟୁରୋ): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମହୁମାଛି ଆକ୍ରମଣରେ ଗୁରୁବାର ୧୫ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କେତେକ ପଞ୍ଚିମବଙ୍ଗର ବୋଲି ଜଣାପଡ଼ିଛି।
ବଣମଣିଷ ଏନ୍‌କ୍ଲୋଜର ପାଖାପାଖି ଅଞ୍ଚଳରେ ଏକ ଗଛରେ ମହୁଫେଣା ରହିଥିଲା। କୌଣସି କାରଣରୁ ହଠାତ୍‌ ମହୁ ମାଛିମାନେ ପର୍ଯ୍ୟଟକଙ୍କୁ ଆକ୍ରମଣ କରିଥିଲେ। ଏହା ଦେଖି ପର୍ଯ୍ୟଟକମାନେ ବିକ୍ଷିପ୍ତ ହୋଇ ଏଣେତେଣେ ଦୌଡ଼ି ପଳାଇଥିଲେ। ଏହା ଜାଣିବା ପରେ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ତ୍ୱରିତ ପଦକ୍ଷେପ ନେଇଥିବା ଜଣାପଡ଼ିଛି।

Share