Categories: ଜାତୀୟ

କୁମ୍ଭମେଳାରେ କରୋନା ବିସ୍ଫୋରଣ

ହରିଦ୍ୱାର,୧୫।୪: ହରିଦ୍ୱାର କୁମ୍ଭମେଳାରେ ୫ ଦିନରେ ୧୭୦୦ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବିଶ୍ୱର ସର୍ବବୃହତ୍‌ ଧର୍ମୀୟ ସମାବେଶ ସଂକ୍ରମଣକୁ ଆହୁରି ବଢ଼ାଇପାରେ ବୋଲି ଆଶଙ୍କା କରାଯାଉଛି। ମେଳା ଅଞ୍ଚଳରେ ଗତ ୫ ଦିନ ମଧ୍ୟରେ ୨,୩୬,୭୫୧ ନମୁନା ପରୀକ୍ଷା କରାଯାଇ ୧,୭୦୧ ପଜିଟିଭ୍‌ ଚିହ୍ନଟ ହୋଇଥିବା ହରିଦ୍ୱାରର ମୁଖ୍ୟ ମେଡିକାଲ ଅଫିସର ଶମ୍ଭୁ କୁମାର ଝା ସୂଚନା ଦେଇଛନ୍ତି।

Share