ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ଅଘଟଣ, ବାଣ ନିଆଁ ପଡ଼ି ୨୦ରୁ ଉର୍ଦ୍ଧ ଆହତ

ପୁରୀ,୨୯।୫: ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ଏକ ବଡଧରଣର ଅଘଟଣ ଘଟିଛି। ବାଣ ନିଆଁ ପଡ଼ି ୨୦ରୁ ଉର୍ଦ୍ଧ ଗୁରୁତର ଆହତ ହୋଇଛନ୍ତି। ମହାପ୍ରଭୁ ଚାପ ଖେଳିବା ସମୟରେ ବାଣ ଫୁଟାଯାଇଥିଲା, ଏତିକି ବେଳେ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ବାଣ ନିଆଁ ଛିଟିକି ପଡ଼ିଥିଲା। ଫଳରେ ସେଠାରେ ଥିବା ଲୋକେ ଆହତ ହୋଇଛନ୍ତି।

ଦେବୀଘାଟ ପଟେ ବାଣ ଫୁଟିବାର ବ୍ୟବସ୍ଥା କରାଯାଇଥିଲା। ଗୁରୁତରଙ୍କ ମଧ୍ୟରେ କିଛି ଶିଶୁ ରହିଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ଗୁରୁତରଙ୍କୁ ତୁରନ୍ତ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Share