ଆମେରିକାରେ ତୁଷାରପାତ: ବିମାନ ଚଳାଚଳ ବାତିଲ

ୱାଶିଂଟନ,୨୩।୧୨: ଖ୍ରୀଷ୍ଟମାସ ପୂର୍ବରୁ ପ୍ରବଳ ତୁଷାରପାତ ସାଙ୍ଗକୁ ସର୍ବନିମ୍ନ ତାପମାତ୍ରା ଯୋଗୁ ଗୁରୁବାର ଯୁକ୍ତରାଷ୍ଟ୍ର ଆମେରିକାରେ ବିମାନ ଚଳାଚଳ ବାତିଲ କରାଯାଇଥିବା ସୂଚନା ମିଳିଛି। ଏପରିକି ବସ୍‌ ଏବଂ ଟ୍ରେନ ଚଳାଚଳରେ ମଧ୍ୟ ବାଧା ସୃଷ୍ଟି ହୋଇଛି। ବିମାନ ଚଳାଚଳ ବାତିଲ ଯୋଗୁ ପ୍ରାୟ ଜନସାଧାରଣ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି।

‘ଫ୍ଲାଇଟ ଟ୍ରାକିଂ ସାଇଟ’ ‘ଫ୍ଲାଇଟର ଅୱେର୍‌’ର କହିବା ଅନୁସାରେ, ଗୁରୁବାର ସା ସୁଦ୍ଧା ଏୟାରଲାଇନର ୨,୨୭୦ଟି ଆମେରିକୀୟ ବିମାନ ଚଳାଚଳ ବାତିଲ କରାଯାଇଥିବା ବେଳେ ଶୁକ୍ରବାର ୧୦୦୦ ବିମାନ ବାତିଲ କରାଯାଇଛି। ଏପରି କି ଶନିବାର ମଧ୍ୟ ବିମାନ ବାତିଲ କରାଯିବ ବୋଲି ଜଣାଯାଇଛି। ବିମାନ ଚଳାଚଳ ବାତିଲ ଯୋଗୁ ୧୩୫ ନିୟୁତ ଜନସାଧାରଣ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି।

ପାଣିପାଗ ବିଶେଷଜ୍ଞଙ୍କ କହିବା ମୁତାବକ, ଭୀଷଣ ତୋଫାନ ବେଳେ ବାୟୁମଣ୍ଡଳୀୟ ଚାପ ଦ୍ରୁତ ବେଗରେ ହ୍ରାସ ପାଇ ‘ବମ୍‌ ସାଇକ୍ଲୋନ’ରେ ପରିଣତ ହୋଇଥାଏ। ଏହାର ପ୍ରଭାବରେ କେତେକ ଅଞ୍ଚଳରେ ତାପମାତ୍ରା ମାଇନସ୍‌ ୩୭ ଡିଗ୍ରୀ ତଳକୁ ଖସି ଆସିଥିବାରୁ ଆମେରିକାରେ ଏଭଳି ସଙ୍ଗିନ ପରିସ୍ଥିତି ଦେଖାଦେଇଛି।

Share