Categories: ଜାତୀୟ

ମୋଦି ସରକାରଙ୍କ ୯ ବର୍ଷରେ ଦାରିଦ୍ର୍ୟରୁ ବାହାରିଛନ୍ତି ୨୫ କୋଟି, ନୀତି ଆୟୋଗ ରିପୋର୍ଟରେ ଦାବି

ନୂଆଦିଲ୍ଲୀ,୧୫।୧: ୨୦୧୩-୧୪ରୁ ୨୦୨୨-୨୩ ପର୍ଯ୍ୟନ୍ତ ନଅ ବର୍ଷ ମଧ୍ୟରେ ୨୪.୮୨ କୋଟି ଲୋକ ବହୁମୁଖୀ ଦାରିଦ୍ର୍ୟରୁ ବାହାରିଛନ୍ତି। ନୀତି ଆୟୋଗ ସୋମବାର ଏକ ରିପୋର୍ଟରେ ଏହି ଦାବି କରିଛି। ଏହି ସମୟରେ ଉତ୍ତରପ୍ରଦେଶ, ବିହାର ଏବଂ ମଧ୍ୟପ୍ରଦେଶରେ ବହୁମୁଖୀ ଦାରିଦ୍ର୍ୟର ସବୁଠାରୁ ବଡ ହ୍ରାସ ରେକର୍ଡ କରାଯାଇଛି। ସ୍ବାସ୍ଥ୍ୟ, ଶିକ୍ଷା ଏବଂ ଜୀବନଧାରଣର ଉନ୍ନତି ଉପରେ ଆଧାର କରି ବହୁମୁଖୀ ଦାରିଦ୍ର୍ୟ ମାପ କରାଯାଏ।

ନୀତି ଆଲୋଚନା ପେପର ଅନୁଯାୟୀ, ଭାରତରେ ବହୁମୁଖୀ ଦାରିଦ୍ର୍ୟ ୨୦୧୩-୧୪ ରେ ୨୯.୧୭ ପ୍ରତିଶତରୁ ହ୍ରାସ ପାଇ ୨୦୨୨-୨୩ ରେ ୧୧.୨୮ ପ୍ରତିଶତ ହୋଇଛି । ଏହି ସମୟ ମଧ୍ୟରେ ପ୍ରାୟ ୨୪.୮୨ କୋଟି ଲୋକ ଏହି ବର୍ଗରୁ ବାହାରି ଯାଇଛନ୍ତି।

ନୀତି ଆୟୋଗ ଅନୁଯାୟୀ, ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସ୍ବାସ୍ଥ୍ୟ, ଶିକ୍ଷା ଏବଂ ଜୀବନଧାରଣର ପରିବର୍ତ୍ତନକୁ ଆଧାର କରି ଆକଳନ କରାଯାଏ। ୧୨ ସ୍ଥାୟୀ ବିକାଶ ଲକ୍ଷ୍ୟ ଉପରେ ଆଧାର କରି ଏଗୁଡିକ ସୂଚକ ମାଧ୍ୟମରେ ମାପ କରାଯାଏ। ଏଥି ମଧ୍ୟରେ ପୁଷ୍ଟିକର ଖାଦ୍ୟ, ଶିଶୁ ଏବଂ କିଶୋର ମୃତ୍ୟୁ, ମାତୃ ସ୍ବାସ୍ଥ୍ୟ, ବିଦ୍ୟାଳୟର ବର୍ଷ, ବିଦ୍ୟାଳୟରେ ଉପସ୍ଥାନ, ରନ୍ଧନ ଇନ୍ଧନ, ପରିମଳ, ପାନୀୟ ଜଳ, ବିଦ୍ୟୁତ୍‌, ଗୃହ, ସମ୍ପତ୍ତି ଏବଂ ବ୍ୟାଙ୍କ ଆକାଉଣ୍ଟ ସାମିଲ।

Share