ନିଜ ଇଚ୍ଛାରେ କରୋନା ସଂକ୍ରମିତ ହେବାକୁ ଚାହୁଁଛନ୍ତି ୩୦ ହଜାରରୁ ଅଧିକ ଲୋକ !

ନୂଆଦିଲ୍ଲୀ,୫।୭: କରୋନା ସଂକ୍ରମଣ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏବେ ପର୍ଯ୍ୟନ୍ତ ଏହାର କୌଣସି ଔଷଧ ବା ଟିକା ବାହାରି ପାରି ନାହିଁ। ପ୍ରାୟ ସମସ୍ତ ବିକାଶଶୀଳ ଦେଶ ଏବେ କରୋନା ଭ୍ୟାକ୍ସିନ ପ୍ରସ୍ତୁତ କାମରେ ଲାଗି ପଡିଛନ୍ତି। ତେବେ ଏହି ଭ୍ୟାକ୍ସିନ ପରୀକ୍ଷା କରିବାକୁ କରୋନା ସଂକ୍ରମିତ ହେବା ଜରୁରୀ। ଆଉ ନିଜ ଇଚ୍ଛାରେ କରୋନା ସଂକ୍ରମିତ ହୋଇ ଏହି ଭ୍ୟାକ୍ସିନର ଟ୍ରାଏଲ କରିବାକୁ ଏବେ ସୁଦ୍ଧା ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରସ୍ତୁତ ଥିବା ଜଣାପଡିଛି। ଓ୍ବାଶିଂଟନ ପୋଷ୍ଟରେ ପ୍ରକାଶିତ ଏକ ଖବର ଅନୁଯାୟୀ, ଓ୍ବାନ ଡେ ସୁନର ନାମକ ଏକ ସଂସ୍ଥା ଏକ ଭିନ୍ନ ଧରଣର କ୍ୟାମ୍ପେନ ଆରମ୍ଭ କରିଛି। ଏହି ସଂସ୍ଥା ସାରା ବିଶ୍ୱରେ ଓ୍ବେବସାଇଟ୍‌ ମାଧ୍ୟମରେ ଭଲ୍ୟୁଣ୍ଟିୟର ଯୋଗାଡ କରୁଛି। ଏମାନେ ସମସ୍ତେ କୋଭିଡ- ୧୯ ଭ୍ୟାକ୍ସିନର ପରୀକ୍ଷଣ ପାଇଁ କରୋନା ସଂକ୍ରମିତ ହେବାକୁ ପ୍ରସ୍ତୁତ ହୋଇଥିବା ଜଣାପଡିଛି। ଏଥିପାଇଁ ଏବେସୁଦ୍ଧା ୩୦ ହଜାରରୁ ଅଧିକ ଲୋକ ଆବେଦନ କରିଥିବା କୁହାଯାଉଛି।

Share