ଉତ୍ତର ଚାଇନାରେ ବାତ୍ୟା ତାଣ୍ଡବ

ବେଜିଂ,୧।୮: ଉତ୍ତର ଚାଇନାରେ ମହାବାତ୍ୟା ଡୋସ୍କୁରିର ତାଣ୍ଡବ ଦେଖିବାକୁ ମିଳିଛି। ବର୍ତ୍ତମାନ ସୁଦ୍ଧା ଏହି ବାତ୍ୟାରେ ଆଠ ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ବାତ୍ୟା ପରେ ବନ୍ୟା ଆସିବାରୁ ବେଜିଂର ପୂର୍ବ ଭାଗରେ ହଜାର ହଜାର ଲୋକଙ୍କୁ ନିଜ ଘର ଛାଡିବାକୁ ପଡିଛି। ବେଜିଂର ସୁରକ୍ଷିତ ସ୍ଥାନକୁ ୩୦,୦୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବନ୍ୟା ପରିସ୍ଥିତି ମଧ୍ୟରେ ଘରେ ରହିବାକୁ ଅଧିକାରୀମାନେ ଚେତାବନୀ ଦେଇଛନ୍ତି। ବନ୍ୟା ଯୋଗୁ ବସ ସେବା ମଧ୍ୟ ସ୍ଥଗିତ ରହିଛି। ଗତ ଶୁକ୍ରବାର ସକାଳ ୧୦ଟାରେ ଜିନଜିଆଙ୍ଗ ସହର ଉପକୂଳରେ ମହାବାତ୍ୟା ଡୋସ୍କୁରି ଲ୍ୟାଣ୍ଡ୍‌ଫଲ୍‌ କରିଥିଲା।
କ୍ୟାପିଟାଲ ଅନ୍ତର୍ଜାତୀୟ ବିମାନବନ୍ଦର ଅଧିକାରୀଙ୍କ ଅନୁଯାୟୀ, ବାତ୍ୟା ଏବଂ ବନ୍ୟା ଯୋଗୁ ଅନେକ ବିମାନ ବାତିଲ କରାଯାଇଛି।

Share