Categories: ଜାତୀୟ

୨୦ ଦିନରେ ଗୋଟିଏ ବିଶ୍ୱବିଦ୍ୟାଳୟର ୧୮ ପ୍ରଫେସରଙ୍କ ଜୀବନ ନେଲାଣି କରୋନା

ଜୟପୁର,୧୨।୫: କରୋନାର ମାରାତ୍ମକ ଦ୍ୱିତୀୟ ଲହର ଦେଶରେ ଆତଙ୍କ ସୃଷ୍ଟି କରିଛି। ଉତ୍ତରପ୍ରଦେଶର ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟରେ ଗତ ୨୦ ଦିନ ମଧ୍ୟରେ କରୋନାରେ ୧୮ ଜଣ କାର୍ଯ୍ୟରତ ପ୍ରଫେସର ପ୍ରାଣ ହରାଇଛନ୍ତି। ଏହା ଦୁଃଖଦାୟକ ଏବଂ ଚିନ୍ତାଜନକ ଥିବାରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏହାର ତଦନ୍ତ କରିବାକୁ କହିଛନ୍ତି। ଗେହଲୋଟ ଟୁଇଟ୍‌ କରି କହିଛନ୍ତି ଯେ, ଏହା ଅତ୍ୟନ୍ତ ଦୁଃଖଦାୟକ ଏବଂ ଚିନ୍ତାଜନକ ଯେ, ଗତ ୨୦ ଦିନ ମଧ୍ୟରେ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ୧୮ ଜଣ କାର୍ଯ୍ୟରତ ପ୍ରଫେସର କରୋନାରେ ମୃତ୍ୟୁ ଘଟିଛି। ଏହା କରୋନା ଭୂତାଣୁର ନୂଆ ପ୍ରକାର ଭାରିଆଣ୍ଟ କି ନୁହେଁ ଏହାର ଅନୁସନ୍ଧାନ କରାଯିବା ଉଚିତ୍‌ ସାମ୍ପ୍ରତିକ ପରିସ୍ଥିତିରେ କରୋନା ସହିତ ଜଡିତ ପ୍ରତ୍ୟେକ ଦିଗକୁ ଗମ୍ଭୀରତାର ସହ ଗ୍ରହଣ କରିବା ଜରୁରୀ। କରୋନାରେ ବିଶ୍ୱବିଦ୍ୟାଳୟର ୧୮ଜଣ ଅଧ୍ୟାପକ ପ୍ରାଣ ହରାଇଥିବାବେଳେ ୧୫ ଜଣ କର୍ମଚାରୀ ଚିକିତ୍ସିତ ହେଉଛନ୍ତି।
କରୋନାର ଦ୍ୱିତୀୟ ତରଙ୍ଗ ସମଗ୍ର ଦେଶରେ ଆତଙ୍କ ଖେଳାଇଦେଇଛି। ଏହାଦ୍ୱାରା ରାଜସ୍ଥାନ ମଧ୍ୟ ପ୍ରଭାବିତ ହୋଇଛି। ଏହି ରାଜ୍ୟ ଅମ୍ଳଜାନ ଏବଂ ଔଷଧର ଅଭାବ ଭଳି ସମସ୍ୟାର ସମ୍ମୁଖୀନ ହୋଇଛି। ଏହା ସହିତ ରୋଗୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ଶଯ୍ୟା ଅଭାବ ଦେଖାଦେଇଛି।

Share