Categories: ବାଣିଜ୍ୟ

୫୦ ଦିନରେ ୫ କୋଟିରୁ ଅଧିକ କାରବାର: ମୁଖ୍ୟ ଆକର୍ଷଣ ବୟନିକାର କ୍ଲିୟରାନ୍ସ ସେଲ୍‌

ଭୁବନେଶ୍ୱର, ୨୨ା୭(ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ‘ନ୍ୟୁ ରାଜସ୍ଥାନ କଟନ୍‌ ଫାବ୍‌-୨୦୨୪ ପ୍ରଦର୍ଶନ (ମେଳା)’ର କାରବାର ବେଶ୍‌ ଉତ୍ସାହଜନକ ରହିଛି। ଏପରିକି ଜୁନ୍‌ ୧ରୁ ଆରମ୍ଭ ହୋଇଥିବା ଏହି ମେଳା ଏହାରି ମଧ୍ୟରେ ୫୦ ଦିନ ଅତିକ୍ରମ କରିଥିବାବେଳେ ଏହି ୫୦ ଦିନରେ ବ୍ୟବସାୟୀମାନେ ୫ କୋଟିରୁ ଅଧିକ ଟଙ୍କାର କାରବାର କରିଥିବା ଉଭୟ ବ୍ୟବସାୟୀ ଓ ମେଳାର ଆୟୋଜକଙ୍କ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ବିଶେଷ କରି ସନ୍ଧ୍ୟା ହେଲେ ସ୍ମାର୍ଟସିଟିବାସୀ ଭୁବନେଶ୍ୱରର ୟୁନିଟ-୩ ପ୍ରଦର୍ଶନୀ ପଡିଆଠାରେ ଆୟୋଜିତ ‘ନ୍ୟୁ ରାଜସ୍ଥାନ କଟନ୍‌ ଫାବ୍‌-୨୦୨୪ ପ୍ରଦର୍ଶନୀ (ମେଳା)’ରେ ଭିଡ ଜମାଉଛନ୍ତି।

ସେହିଭଳି ଉଭୟ ବ୍ୟବସାୟୀ ଓ ବୁଣାକାର ସମିତିଗୁଡିକ ପକ୍ଷରୁ ମଧ୍ୟ ଭଳିକି ଭଳି ପୋଷାକ ଓ ବିଭିନ୍ନ ରାଜ୍ୟର ଲୋକପ୍ରିୟ ତଥା ପ୍ରସିଦ୍ଧ ବସ୍ତ୍ରଗୁଡିକର ବ୍ୟାପକ ସମ୍ଭାର ଗ୍ରାହକମାନଙ୍କୁ ଯୋଗାଇ ଦିଆଯାଉଛି ବୋଲି ଆୟୋଜକ ଓ ବ୍ୟବସାୟୀମାନେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଅପରପକ୍ଷରେ ସୁଲଭ ମୂଲ୍ୟରେ ମନପସନ୍ଦର ପୋଷାକ ଆଦି ସାଙ୍ଗକୁ ଘର ସାଜସଜ୍ଜା ପାଇଁ ବିଭିନ୍ନ ବର୍ଗର ସାମଗ୍ରୀ ମେଳାରେ ମିଳୁଥିଲାବେଳେ ଗୁଣାତ୍ମକ ହ୍ୟାଣ୍ଡଲୁମ ପୋଷାକ ଓ ବୟନିକ ଷ୍ଟଲ ପକ୍ଷରୁ ମଧ୍ୟ ଆକର୍ଷଣୀୟ ୧୦+୨୦% ର ରିହାତି ଗ୍ରାହକମାନଙ୍କୁ ଯୋଗାଇ ଦିଆଯାଉଛି।

ଅପରପକ୍ଷରେ ବୟନିକାର କ୍ଲିୟରାନ୍ସ ସେଲ୍‌ସ ଗ୍ରାହକଙ୍କୁ ବେଶ୍‌ ଆକୃଷ୍ଟ କରୁଥିବାବେଳେ ପ୍ରତି କ୍ରୟ ଉପରେ ଆକର୍ଷଣୀୟ ୭୦% ପର୍ଯ୍ୟନ୍ତର ରିହାତି ଯୋଗାଇ ଦିଆଯାଉଛି। ସେହିପରି ୨୦୨୪ ଜୁନ ୧ରୁ ଆରମ୍ଭ ହୋଇଥିବା ଏହି ମେଳା ଚଳିତ ବର୍ଷ ଅଗଷ୍ଟ ୨ୟ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆୟୋଜକଙ୍କ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଏପରିକି ପ୍ରଦଶର୍ନୀର କାରବାର ବେଶ୍‌ ଉତ୍ସାହଜନକ ରହିଥିବାରୁ ଆୟୋଜକଙ୍କ ପକ୍ଷରୁ ମେଳାର ଅବଧିକୁ ୨୦୨୪ ଅଗଷ୍ଟ ୬ପର୍ଯ୍ୟନ୍ତ ବଢାଇ ଦିଆଯାଇଛି।

Share