ଘନକୁହୁୁଡ଼ି ଯୋଗୁ ଚିଲିକାରେ ୫୦ରୁ ଊର୍ଦ୍ଧ୍ୱ ଡଙ୍ଗା ବାଟବଣା: ଚଳାଚଳ ବନ୍ଦ

ବାଲୁଗାଁ/କୃଷ୍ଣପ୍ରସାଦ,୧୪।୧(ଡି.ଏନ୍‌.ଏ): ଚିଲିକାରେ ଘନକୁହୁଡ଼ି ଯୋଗୁ ଶନିବାର ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀବାହୀ ଡଙ୍ଗା ବାଟବଣା ହୋଇଥିବା ଜଣାପଡିଛି। ପବିତ୍ର ମକର ସଂକ୍ରାନ୍ତି ଅବସରରେ କାଳିଜାଈରେ ମକର ମେଳା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଭୋରୁରୁ ଯାତ୍ରୀଙ୍କୁ ଧରି କାଳିଜାଈ ମନ୍ଦିର ଯାଉଥିବା ଡଙ୍ଗାଗୁଡିକ ଘନ କୁହୁଡି ଯୋଗୁ ଦିଗବାରି ନ ପାରି ସାତପଡା ଏବଂ ବନବଣ ଅଞ୍ଚଳକୁ ଚାଲିଯାଇଥିଲେ। କ୍ରମେ ପାଗ ବଦଳିଯିବାରୁ ଡଙ୍ଗାଗୁଡିକ କୂଳକୁ ଫେରୁଥିବା ଜଣାପଡିଛି। ଅନ୍ୟପକ୍ଷେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଡଙ୍ଗା ଚଳାଚଳକୁ ବନ୍ଦ କରାଯାଇଛି। ପୁରୀ, ଖୋର୍ଦ୍ଧା, ଗଞ୍ଜାମ ପ୍ରଶାସନର ଆଲୋଚନା ପରେ ଡଙ୍ଗା ଚଳାଚଳ କରାଯିବ ବୋଲି ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।

Share