୫୦ ଲକ୍ଷରୁ ଊର୍ଦ୍ଧ୍ୱ ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟଲାଇନ ୱାର୍କର୍ସ, ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ନେଲେଣି କରୋନା ‘ପ୍ରିକଶନ ଡୋଜ’: ମାଣ୍ଡବିୟ

ନୂଆଦିଲ୍ଲୀ,୧୮ ।୧: କରୋନା ମହାମାରୀକୁ ହରାଇବାର ଏକମାତ୍ର ଉପାୟ ଭ୍ୟାକ୍ସିନ ବୋଲି କୁହାଯାଉଛି । ଯେଉଁମାନେ ୨ଟି ଡୋଜ ଭ୍ୟାକ୍ସିନ ନେଇ ସାରିଛନ୍ତି ସେମାନେ ଏବେ ‘ପ୍ରିକଶନ ଡୋଜ’ ବା ବୁଷ୍ଟର ଡୋଜ ନେବାକୁ ଯୋଗ୍ୟ । ତେବେ ଜାନୁୟାରୀରୁ ଆରମ୍ଭ କରାଯାଇଥିବା ଏହି ପ୍ରିକଶନ ଡୋଜ ପ୍ରଥମେ ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟଲାଇନ ୱାର୍କର୍ସ, ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ । ଏବେ ସୁଦ୍ଧା ୫୦ ଲକ୍ଷରୁ ଊର୍ଦ୍ଧ୍ୱ ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟଲାଇନ ୱାର୍କର୍ସ ଓ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି କରୋନା ‘ପ୍ରିକଶନ ଡୋଜ’ ନେଲେଣି ବୋଲି ମଙ୍ଗଳବାର ପ୍ରକାଶ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବିୟ । ସେ ଟୁଇଟ କରି ଏହି ସୂଚନା ଦେଇଛନ୍ତି । ଏହାସହ ଯେଉଁମାନେ ‘ପ୍ରିକଶନ ଡୋଜ’ ନେବାକୁ ଯୋଗ୍ୟ ସେମାନେ ସେମାନଙ୍କ ‘ପ୍ରିକଶନ ଡୋଜ’ ଶୀଘ୍ର ନିଅନ୍ତୁ ବୋଲି ମାଣ୍ଡବିୟ କହିଛନ୍ତି ।

Share