Advertisement

beggars in Odisha: ରାଜ୍ୟରେ ୫ହଜାରରୁ ଊର୍ଦ୍ଧ୍ୱ ଭିକାରି: ଏହି ଜିଲାରେ ସବୁଠୁ ଅଧିକ

ଭୁବନେଶ୍ୱର ୧୫ା୨ (ବନ୍ଦନା ସେଠୀ):ରାଜ୍ୟରେ ଏବେ ୫ହଜାର ୨୮୪ଜଣ ଭିକାରି ଅଛନ୍ତି। ସେଥିମଧ୍ୟରୁ କଟକରେ ସର୍ବାଧିକ ୧ହଜାର ୬୦ ଭିକାରି ରହିଛନ୍ତି। ଏନେଇ ଶୁକ୍ରବାର ବିଧାନସଭାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, କଟକରେ ସର୍ବାଧିକ ଭିକାରି ଥିବାବେଳେ ବରଗଡ଼ରେ ୫୯୫, ଗଞ୍ଜାମରେ ୫୪୫, ବଲାଙ୍ଗୀରରେ ୪୮୨, ସୁନ୍ଦରଗଡ଼ରେ ୪୧୭ ଓ ପୁରୀରେ ୩୫୦ ଭିକାରି ଅଛନ୍ତି। ରାଜ୍ୟକୁ ଭିକାରିମୁକ୍ତ କରିବାକୁ ସରକାର ଅଭିଯାନ ଚଳାଇଛନ୍ତି। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ପୁରୀଠାରେ ନୀଳାଦ୍ରି ନିଳୟ, ଭୁବନେଶ୍ୱରରେ ଏକାମ୍ର ନିଳୟ ଅଭିଯାନ ଜାରି ରହିଛି ବୋଲି ମନ୍ତ୍ରୀ କହିଛନ୍ତି। ବିଧାନସଭାରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ତଥ୍ୟ ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share