Categories: ଜାତୀୟ

ଚାର୍ଜ ଲାଇଟ୍‌ରେ ଲୁଚାଇଥିଲେ ୬ କେଜି ସୁନା

ହାଇଦ୍ରାବାଦ୍‌,୧୯।୧୦: ଦୁବାଇରୁ ବିମାନ ଯୋଗେ ମଙ୍ଗଳବାର ପହଞ୍ଚିଥିବା ଜଣେ ଯାତ୍ରୀଙ୍କ ଚାର୍ଜ ଲାଇଟ୍‌ରୁ ୬.୦୬ କେଜି ସୁନା ପେଷ୍ଟ ଜବତ ହୋଇଛି। ଏହାର ମୂଲ୍ୟ ୨.୯୬ କୋଟି ଟଙ୍କା। ଦୁବାଇରୁ ଇକେ ୫୨୪ ଫ୍ଲାଇଟ୍‌ ଜରିଆରେ ପହଞ୍ଚିଥିବା ଯାତ୍ରୀଙ୍କ ବିରୋଧରେ ଚୋରା ଚାଲାଣ ମାମଲା ରୁଜୁ କରାଯାଇଛି ବୋଲି ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରର କଷ୍ଟମ ଅଧିକାରୀ କହିଛନ୍ତି।

ଏଥି ପୂର୍ବରୁ ଚଳିତ ମାସରେ ହାଇଦ୍ରାବାଦ୍‌ କଷ୍ଟମ ଅଧିକାରୀମାନେ ସୁଦାନର ଜଣେ ମହିଳା ଯାତ୍ରୀଙ୍କ ଠାରୁ ୧୨୦୦ ଗ୍ରାମର ସୁନା ଜବତ କରିଥିଲେ। ସେ ତାଙ୍କ ଅନ୍ତଃ ବସ୍ତ୍ର ଓ ହାଣ୍ଡ ବ୍ୟାଗେଜରେ ସୁନା ଲୁଚାଇଥିଲେ।

Share