Advertisement

ଅନ୍ଧାରରେ ଆମେରିକାର ୬ ଲକ୍ଷ ଘର

ନ୍ୟୁୟର୍କ,୨୭।୧୦: ଶକ୍ତିଶାଳୀ ଝଡ଼ କାରଣରୁ ଆମେରିକାର ଉତ୍ତରାପୂର୍ବାଞ୍ଚଳରେ ବାଧାପ୍ରାପ୍ତ ହୋଇଛି ବିଦ୍ୟୁତ ଯୋଗାଣ ବ୍ୟବସ୍ଥା। ଏପରି କି ୬ ଲକ୍ଷରୁ ଅଧିକ ଘର ଅନ୍ଧାର ମୁହଁକୁ ଚାଲିଯାଇଥିବା ଜଣାପଡ଼ିଛି। କେବଳ ମାସଚୁସେଟ୍ସ ରାଜ୍ୟରେ ୪.୯୫ ଲକ୍ଷ ଘର ପ୍ରଭାବିତ ହୋଇଥିବା ଓ୍ବେବସାଇଟ୍‌ରେ ପ୍ରକାଶ ପାଇଛି।

ଜାତୀୟ ପାଣିପାଗ ସେବା (ଏନ୍‌ଡବ୍ଲ୍ୟୁଏସ୍‌) ପକ୍ଷରୁ କୁହାଯାଇଛି, ବର୍ତ୍ତମାନ ପରିସ୍ଥିତି ଅତ୍ୟନ୍ତ ବିପଦଜନକ। ପବନର ଅତ୍ୟଧିକ ବେଗ କାରଣରୁ ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟାରେ ଗଛ ଉପୁଡି ପଡ଼ିଛି। କିନ୍ତୁ ଝଡ଼ ଉତ୍ତର ଆଡ଼େ ଗଲା ପରେ ପରିସ୍ଥିତିରେ ସୁଧାର ଆସିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel