Categories: ଜାତୀୟ

ମହାମାରୀରେ ବିଦେଶରୁ ଫେରିଛନ୍ତି ୭ ଲକ୍ଷ ଶ୍ରମିକ

ନୂଆଦିଲ୍ଲୀ,୫।୨: କୋଭିଡ୍‌ ମହାମାରୀ ଆରମ୍ଭ ହେବା ପରେ ବନ୍ଦେ ଭାରତ ମିଶନରେ ୬ ଉପସାଗରୀୟ ରାଷ୍ଟ୍ରରୁ ୭ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟ ଶ୍ରମିକ ଫେରିଛନ୍ତି। ଏଥିସହିତ ମହାମାରୀ ଯୋଗୁ ବେରୋଜଗାର ହୋଇଥିବା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ କାମଧନ୍ଦା ଯୋଗାଇଦେବା ଲାଗି ଏଥର ବଜେଟରେ ଭିତ୍ତିଭୂମି ଓ ନିର୍ମାଣ କ୍ଷେତ୍ର ଲାଗି ଅଧିକ ଅର୍ଥ ବ୍ୟବସ୍ଥା କରାଯାଇଥିତ୍ବା ସରକାରଙ୍କ ପକ୍ଷରୁ କୁହାଯାଇଛି।

କୋଭିଡ୍‌-୧୯ ସଂକ୍ରମଣ କମିବା ପରେ ୬ ଉପସାଗରୀୟ ରାଷ୍ଟ୍ରରୁ ୭,୧୬,୬୬୨ ଶ୍ରମିକ ଭାରତ ଫେରିଥିଲେ ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ପାର୍ଲାମେଣ୍ଟକୁ କହିଛନ୍ତି। କେବଳ ୟୁଏଇରୁ ୩ ଲକ୍ଷରୁ ଅଧିକ ଶ୍ରମିକ ଫେରିଥିବା ବେଳେ ସାଉଦି ଆରବରୁ ୧.୩୭ ଲକ୍ଷ ଫେରିଥିଲେ। ମହାମାରୀ ବେଳେ ଉପସାଗରୀୟ ଅଞ୍ଚଳରେ ଥିବା ଭାରତୀୟମାନଙ୍କୁ ସହାୟତା ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ଇଣ୍ଡିଆନ କମ୍ୟୁନିଟି ଓ୍ବେଲ୍‌ଫେୟାର ଫଣ୍ଡ ବ୍ୟୟରେ ସେମାନଙ୍କୁ ରହିବା, ବିମାନ ଭଡ଼ା, ଜରୁରୀ ଔଷଧ ଓ ଚିକିତ୍ସା ଖର୍ଚ୍ଚ ଯୋଗାଇ ଦିଆଯାଇଥିଲା। ସଂକ୍ରମଣ କମିବା ପରେ ସେଠାରୁ ଅନେକ ଭାରତୀୟ ଫେରିଆସିଛନ୍ତି।

Share