ଏଟିଏମ୍‌ କାଟି ନେଇଗଲେ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

ପାଟଣାଗଡ଼,୧୭।୧୨: ବଲାଙ୍ଗୀର ଜିଲା ପାଟଣାଗଡ଼ ସରମୁହାଣ ଏସ୍‌ବିଆଇ ଏଟିଏମ୍‌ କାଉଣ୍ଟରରୁ ଏକ ବଡ଼ ଧରଣର ଲୁଟ୍‌ ହୋଇଛି। କେତେକ ଦୁର୍ବୃତ୍ତ ଏଟିଏମ୍‌ କାଉଣ୍ଟରକୁ କଟର ମେଶିନରେ କାଟି ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଇଥିବା ଜଣାପଡିଛି।

ଖବର ପାଇ ପାଟଣାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ନେଇ ବଲାଙ୍ଗୀର ଜିଲା ପୋଲିସ ଜିଲାର ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଯାଞ୍ଚ ଆରମ୍ଭ କରିଦେଇଛି। ଅନ୍ୟପକ୍ଷେ ଏଟିଏମ୍‌ କାଉଣ୍ଟରକୁ ସିଲ୍‌ କରାଯାଇଛି। ବାରମ୍ବାର ସରମୁହାଣ ଅଞ୍ଚଳରେ ଏଟିଏମ୍‌ ଲୁଟ୍‌ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୋଲିସ ଉକ୍ତ ଘଟଣା ଉପରେ ମୁହଁ ଖୋଲୁ ନ ଥିବା ବେଳେ ଏହା ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

Share