Categories: ଜାତୀୟ

ହିଂସା ମଧ୍ୟରେ ମଣିପୁରରେ ୭୦୦ରୁ ଅଧିକ ମିଆଁମାର ନାଗରିକ କରିଛନ୍ତି ଅନୁପ୍ରବେଶ: ରିପୋର୍ଟ ମାଗିଲେ ସରକାର

ଇମ୍ଫାଲ,୨୫।୭: ମଣିପୁରରେ ହିଂସା ଘଟଣା ମଧ୍ୟରେ ଏବେ ଆଉ ଏକ ଚିନ୍ତା ରାଜ୍ୟ ସରକାରଙ୍କୁ ଘାରିଛି। ଜୁଲାଇ ୨୨ ଏବଂ ୨୩ରେ ମିଆଁମାରର ୭୦୦ରୁ ଅଧିକ ନାଗରିକ ମରିପୁରରେ ଅନୁପ୍ରବେଶ କରିଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ଆସାମ ରାଇଫଲ୍ସରୁ ସୂଚନା ମାଗିଛନ୍ତି। ଏହି ନାଗରିକମାନେ କିପରି ଉପଯୁକ୍ତ ଦଲିଲ ବିନା ରାଜ୍ୟରେ କିଭଳି ପ୍ରବେଶ କଲେ ଏବଂ ସେମାନଙ୍କୁ ଏଠାକୁ ଆସିବାକୁ କିପରି ଅନୁମତି ଦିଆଗଲା ରାାଇଫଲ୍ସ ସରକାରଙ୍କୁ ରିପୋର୍ଟ ଦେବେ।
ଗୃହ ବିଭାଗର ବିବୃତ୍ତି ଅନୁଯାୟୀ, ମଣିପୁର ସରକାର ଆସାମ ରାଇଫଲ୍ସରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି ଯେ, ଅତି କମରେ ୭୧୮ ମିଆଁମାର ନାଗରିକଙ୍କୁ କେବଳ ଉପଯୁକ୍ତ ଦଲିଲ ବିନା ଭାରତରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି। ମଣିପୁର ସୀମାରେ ସୁରକ୍ଷା ପାଇଁ ଆସାମ ରାଇଫଲ୍ସ ଦାୟୀ। ଏହି କାରଣରୁ ରାଜ୍ୟ ସରକାର ରାଇଫଲରୁ ଜବାବ ମାଗିଛନ୍ତି।
ଏହି ପ୍ରସଙ୍ଗରେ ଆସାମ ରାଇଫଲ୍ସର ସେକ୍ଟର-୨୮ ଦ୍ୱାରା ସୂଚନା ଦିଆଯାଇଥିଲା ଯେ, ୭୧୮ ମିଆଁମାର ଶରଣାର୍ଥୀ ସୀମା ପାର କରି ଚାନ୍ଦେଲ ଦେଇ ମଣିପୁରରେ ପ୍ରବେଶ କରିଛନ୍ତି। ଏହି ପୁରା ଘଟଣା ସମ୍ପର୍କରେ ମଣିପୁର ସରକାର କହିଛନ୍ତି ଯେ ଆସାମ ରାଇଫଲ୍ସର ଅଧିକାରୀଙ୍କଠାରୁ ଏକ ରିପୋର୍ଟ ମଗାଯାଇଛି ଏବଂ ଏହା ସହିତ ମିଆଁମାରର ଏହି ନାଗରିକମାନଙ୍କୁ ପଠାଇବାକୁ ପରାମର୍ଶ ଦିଆଯାଇଛି।

Share