Categories: ଜାତୀୟ

ଚଳିତ ବର୍ଷ ଜୁନ ପର୍ଯ୍ୟନ୍ତ ୮୭୦୨୬ ଭାରତୀୟ ଛାଡିଛନ୍ତି ନାଗରିକତା: ଏସ ଜୟଶଙ୍କର

ନୂଆଦିଲ୍ଲୀ,୨୨।୭: ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଶୁକ୍ରବାର ଲୋକ ସଭାରେ କହିଛନ୍ତି କି ଚଳିତ ବର୍ଷ ଜୁନ ସୁଦ୍ଧା ୮୭,୦୨୬ ଜଣ ଭାରତୀୟ ନିଜ ନାଗରିକତା ଛାଡିଛନ୍ତି। ଏକ ଲିଖିତ ଉତ୍ତରରେ ସେ କହିଛନ୍ତି କି ୨୦୧୧ରୁ ଏବେ ପର୍ଯ୍ୟନ୍ତ ୧୭.୫୦ ଲକ୍ଷରୁ ଅଧିକ ଜନତା ନିଜ ଭାରତୀୟ ନାଗରିକତା ଛାଡି ଦେଇଛନ୍ତି। ସେ କହିଛନ୍ତି ୨୦୨୨ରେ ୨,୨୫,୬୨୦, ୨୦୨୧ରେ ୧,୬୩,୩୭୦, ୨୦୨୦ରେ ୮୫,୨୬ ଭାରତୀୟ ସେମାନଙ୍କର ନାଗରିକତା ଛାଡି ଦେଇଛନ୍ତି।
ବର୍ହିବ୍ୟାପାର ମନ୍ତ୍ରୀ କହିଛନ୍ତି, ଗତ ଦୁଇ ଦଶକରେ ବିଶ୍ୱସ୍ତରୀୟ କର୍ମକ୍ଷେତ୍ର ଖୋଜୁଥିବା ଭାରତୀୟ ନାଗରିକଙ୍କ ସଂଖ୍ୟା ଉଲ୍ଲେଖନୀୟ। ସେମାନଙ୍କ ମଧ୍ୟରୁ ଅନେକେ ବ୍ୟକ୍ତିଗତ ସୁବିଧା ପାଇଁ ବିଦେଶୀ ନାଗରିକତାକୁ ଚୟନ କରିଛନ୍ତି।

Share