ଓଭର ଏକ୍ସରସାଇଜ୍‌

ଆଜିର ଦିନରେ ସଭିଏଁ କାର୍ଯ୍ୟବ୍ୟସ୍ତ। ଆଉ ଏହି ବ୍ୟସ୍ତବହୁଳ ଜୀବନରେ ସୁସ୍ଥ ରହିବା କୌଣସି ବରଦାନଠୁ କମ୍‌ ନୁହେଁ। ଏମିତିରେ ଅନେକଙ୍କ ପାଇଁ ଫିଟ୍‌ନେସ୍‌ ମନ୍ତ୍ର ପାଲଟିଛି ଏକ୍ସରସାଇଜ୍‌। ହେଲେ କଥାରେ ଅଛି ଅତି ସର୍ବତ୍ର ଗର୍ହିତମ୍‌, ଅର୍ଥାତ୍‌ ବର୍ତ୍ତମାନ ଫିଟ୍‌ନେସ୍‌ ଆଳରେ ଆବଶ୍ୟକତାଠାରୁ ଅଧିକ ଏକ୍ସରସାଇଜ୍‌ ଅନେକଙ୍କ ପାଇଁ ସାଜୁଛି କାଳ, ଯାହା ପ୍ରତି ବେଳହୁଁ ସାବଧାନ ରହିବା ଆବଶ୍ୟକ…

ବର୍ତ୍ତମାନ ଅନେକଙ୍କ ପାଇଁ ଏକ୍ସରସାଇଜ୍‌ ପାଲଟିଛି ଫିଟ୍‌ନେସ୍‌ ମନ୍ତ୍ର। ବିଶେଷକରି ସ୍ଲିମ୍‌ ଫିଗର ପ୍ରତି ସଜାଗ ଥିବା ଯୁବପିଢ଼ି ଏଥିପାଇଁ ଜିମ୍‌ ଉପରେ ନିର୍ଭର କରୁଥିବା ଦେଖିବାକୁ ମିଳୁଛି। ଯାହାଙ୍କ ମଧ୍ୟରୁ ଅନେକେ ଏମିତିବି ଅଛନ୍ତି, ଯେଉଁମାନେ ଫିଟ୍‌ନେସ୍‌ ପାଇଁ ଶୀଘ୍ର ପତଳା ହେବା ନିଶାରେ ଆବଶ୍ୟକତାଠାରୁ ଅଧିକ ବା ଓଭର ଏକ୍ସରସାଇଜ୍‌ କରିବାକୁ ମଧ୍ୟ ପଛାନ୍ତି ନାହିଁ। ଖାଲି ସେତିକି ନୁହେଁ, କେତେଜଣ ଗୋଟିଏ ଦିନ କୌଣସି କାରଣରୁ ନ କରିପାରିଲେ ପର ଦିନ ଏକ ସଙ୍ଗେ ଦୁଇଦିନ ପାଇଁ ଏକ୍ସରସାଇଜ୍‌ କରିଥା’ନ୍ତି। ହେଲେ ଏହାଦ୍ୱାରା ଶରୀରକୁ କୌଣସି ଫାଇଦା ମିଳିବା ବଦଳରେ ବିଭିନ୍ନ ସମସ୍ୟାର କାରଣ ସାଜିଥାଏ।
ଗବେଷଣା କୁହେ: ନିକଟରେ ଅନେକ ହୃଦ୍‌ଘାତଜନିତ ମୃତ୍ୟୁ ଘଟଣା ସାମ୍‌ନାକୁ ଆସିଛି, ଯାହା ପଛର ମୁଖ୍ୟ କାରଣ ଓଭର ଏକ୍ସରସାଇଜ୍‌ ବୋଲି ଜଣାପଡ଼ିଛି। ଏନେଇ ଆମେରିକାରେ ହୋଇଥିବା ଏକ ଗବେଷଣା ରିପୋର୍ଟ ମୁତାବକ ଯେପରି କୌଣସି ଔଷଧ ଆବଶ୍ୟକ ମାତ୍ରାରୁ ଅଧିକ ସେବନ କଲେ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ, ଠିକ୍‌ ସେହିପରି ଏକ୍ସରସାଇଜ୍‌ ମଧ୍ୟ ଆବଶ୍ୟକତାଠାରୁ ଅଧିକ ସ୍ବାସ୍ଥ୍ୟ ପ୍ରତି ହାନିକାରକ। ଏହାଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ପ୍ରଭାବିତ ହେବା ସହ ହୃତ୍‌ପିଣ୍ଡ ଉପରେ ଚାପ ପଡ଼ିଥାଏ। ବିଶେଷ କରି ଅଧିକ ଟ୍ରେଡ୍‌ମିଲ୍‌ରେ ଚାଲିବା ଦ୍ୱାରା କେତେଜଣଙ୍କ ଠାରେ ହୃଦ୍‌ସମସ୍ୟା ଉପୁଜୁଥିବା ଦେଖିବାକୁ ମିଳୁଛି। ଜାଣିବା ଓଭର ଏକ୍ସରସାଇଜ୍‌ର ବିଭିନ୍ନ ପ୍ରଭାବ ସମ୍ପର୍କରେ…
ଥକା ବା ଅଳସୁଆ ଲାଗିବା: ନିୟମିତ ଏକ୍ସରସାଇଜ୍‌ କରିବା ଭଲ। ହେଲେ ଏହା ଆବଶ୍ୟକତାଠାରୁ ଅଧିକ ହେଲେ ଅଧିକ ପରିମାଣରେ କ୍ୟାଲୋରି ବର୍ଣ୍ଣ ହୋଇଥାଏ। ଫଳରେ ଶରୀରକୁ ଏନର୍ଜି ଷ୍ଟୋର କରିବାରେ ଅସୁବିଧା ହୋଇଥାଏ। ଯାହାର ଫଳସ୍ବରୂପ ଦିନ ସାରା ଥକା ଲାଗିବା, ଅଳସୁଆ ଲାଗିବା ବା ନିଦ ଆସିବା ଭଳି ଲକ୍ଷଣ ଦେଖାଦେଇଥାଏ। ଏହା ମାନସିକ ସ୍ବାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରିଥାଏ। ତେଣୁ ଏପରି କରିବାଠାରୁ ବଞ୍ଚନ୍ତୁ ଏବଂ ଟ୍ରେନରଙ୍କ ପରାମର୍ଶକ୍ରମେ ଆବଶ୍ୟକ ମାତ୍ରାରେ ଏକ୍ସରସାଇଜ୍‌ କରନ୍ତୁ।
ହୋଇପାରେ ଯନ୍ତ୍ରଣାର କାରଣ: ଓଭର ଏକ୍ସରସାଇଜ୍‌ ପ୍ରଭାବରେ ବେଳେବେଳେ ପାଦ, ଆଣ୍ଠୁ, ହାତ, ବେକ, ଅଣ୍ଟା ଆଦି ସ୍ଥାନରେ ମାଂସପେଶୀ ସଂକୁଚିତ ହୋଇଯିବା ସହ ଉକ୍ତ ସ୍ଥାନ ଫୁଲି ଖୁବ୍‌ ଯନ୍ତ୍ରଣା ହୋଇଥାଏ। ତେଣୁ ଏପରି ଆଦୌ କରନ୍ତୁ ନାହିଁ।
ହୋଇପାରେ ହର୍‌ମୋନ ଅସନ୍ତୁଳନ: ଏକ୍ସରସାଇଜ କରିବା ଦ୍ୱାରା ମସ୍ତିଷ୍କ ପିଟ୍ୟୁଟାରୀ ଗ୍ଲାଣ୍ଡରୁ ଏଣ୍ଡୋଫ୍ରିନ୍‌ ନାମକ ହରମୋନ କ୍ଷରଣ ହୋଇଥାଏ, ଯାହାକି ମଣିଷକୁ ଚିନ୍ତା, କଷ୍ଟ, ଅବସାଦ ଆଦିରୁ ରକ୍ଷା କରି ମନ ଖୁସି ରଖିଥାଏ। ହେଲେ ଓଭର ଏକ୍ସରସାଇଜ କଲେ ଏହି ହରମୋନ ଅଧିକ କ୍ଷରଣରେ ଅସନ୍ତୁଳନ ଦେଖାଦେଇଥାଏ। ତେବେ ଏହି ହରମୋନ ଅଧିକ ହେଲେ କେତେକଙ୍କ ଠାରେ ଏକ ଡ୍ରଗ୍‌ ଭଳି କାର୍ଯ୍ୟ କରିଥାଏ। ଅର୍ଥାତ୍‌ ଏକ୍ସରସାଇଜ୍‌ ସେମାନଙ୍କ ପାଇଁ ଏକ ନିଶା ପାଲଟିଯାଏ, ଯାହା କୌଣସି ଦିନ ନ ହୋଇ ପାରିଲେ ସେମାନଙ୍କ ଠାରେ ଚିଡିଚିଡା ଲାଗିବା, ଅବସାଦ ଭଳି ଲକ୍ଷଣ ଦେଖାଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

Home Made Pre-Workout Drink: ପ୍ରତିଦିନ ଓ୍ବର୍କଆଉଟ୍‌ କରିବା ପୂର୍ବରୁ ପିଅନ୍ତୁ ଏହି ୨ଟି ଘରୋଇ ପାନୀୟ

ଶାରୀରିକ ଭାବରେ ପିଟ୍‌ ଏବଂ ସୁସ୍ଥ ରହିବା ପାଇଁ, ଲୋକମାନେ ଜିମ ଯାଆନ୍ତି ଏବଂ ଘଣ୍ଟା ଘଣ୍ଟା ଓ୍ବର୍କଆଉଟ୍‌ କରନ୍ତି। କିଛି ଲୋକ ଓ୍ବର୍କଆଉଟ୍‌ କରିବା...

Bad Cholesterol କେମିତି ହୋଇଥାଏ ପ୍ରାଣଘାତୀ

କୋଲେଷ୍ଟ୍ରଲ ଶରୀର ପାଇଁ ଏକ ଅତ୍ୟାବଶ୍ୟକୀୟ ଉପାଦାନ ଯାହା ସୁସ୍ଥ କୋଷ ଗଠନ, ହରମୋନ ଉତ୍ପାଦନ ଏବଂ ଭିଟାମିନ-ଡି ସଂଶ୍ଳେଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।...

ବାତ ମାରିବା ସମୟରେ ନିଅନ୍ତୁ ଏହି ପଦକ୍ଷେପ, ଟଳିଯିବ ବିପଦ

ବାତ ମାରିବା ଲକ୍ଷଣ ଅସ୍ଥାୟୀ ଏବଂ ତାହା ମନକୁ ମନ ଉପଶମ ହୋଇଯାଏ-ଏକଥା ପ୍ରଥମେ ଆମେ ଜାଣିବା ଦରକାର। ବାତ ମାରିଲେ ରୋଗୀ ଦୁଲ୍‌କରି ପଡ଼ିଯାଇପାରେ।...

ଚା’ ପିଉଥିଲେ ସାବଧାନ! ଦେଖାଦେବ ଏସବୁ ସମସ୍ୟା…

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଅଧିକ ସମୟ ଚା’ ପିଉଛନ୍ତି ତେବେ ଏପରି...

ମହାଜାଗତିକ ରଶ୍ମିର ଆବିଷ୍କାର

କିନ୍ତୁ ତାଙ୍କର ଏହି ସନ୍ଦେହ ଅମୂଳକ ବୋଲି ପ୍ରମାଣ ହେଲା, କାରଣ ଲୁହା ଏଥିରୁ ମୁକ୍ତ ଥିଲା। ଏହି ପୃଷ୍ଠଭୂମିରେ ସେ ୧୯୧୦ରେ ଏକ ସିଦ୍ଧାନ୍ତରେ...

ତେଜସ୍କ୍ରିୟ ଆବର୍ଜନା

ଶକ୍ତି ଅପରିହାର୍ଯ୍ୟ। କାମ କରିବା ସକାଶେ ଆମକୁ ଶକ୍ତି ଦରକାର। କଳକାରଖାନା ଓ ଗାଡ଼ିମୋଟର ଚାଲିବା ପାଇଁ ଶକ୍ତି ଦରକାର। ଖାଦ୍ୟ ଖାଇଲେ ଆମ ଶରୀରକୁ...

ବଦଳୁଥିବା ପାଗରେ ଜର-ଥଣ୍ଡାକୁ ନେଇ ଟେନଶନରେ ଅଛନ୍ତି କି? ଆପଣନ୍ତୁ ଏହି ଚମତ୍କାର ଘରୋଇ ଉପାୟ

ଫେବୃଆରୀ ମାସ ପ୍ରାୟ ଶେଷ ହେବାକୁ ଯାଉଛି। ଫେବୃଆରୀରେ ଥଣ୍ଡା ଲାଗିବା ସମୟରେ ଏବେ ଖରା ଅସ୍ୟହ ହୋଇପଡିଛି। ଦିନବେଳେ ଏବେ ପ୍ରବଳ ଗରମ ଅନୁଭୂତ...

Dating Appରେ କିଛି ଏମିତି ଆରମ୍ଭ କରନ୍ତୁ ଚାଟ୍‌, ମ୍ୟାରେଜ୍‌ ଯାଏ ଫିକ୍ସ ହୋଇଯିବ କଥା

ଆଜିକାଲି ଯୁବପିଢି ଡେଟିଂ ଆପ ମାଧ୍ୟମରେ ନୂଆ ଲୋକଙ୍କ ସହ ଯୋଡ଼ି ହେଉଛନ୍ତି ଏବଂ ଭେଟୁଛନ୍ତି। ପ୍ରଥମତଃ, ଲୋକମାନେ ଡେଟିଂ ଆପ ମାଧ୍ୟମରେ ପରସ୍ପର ବିଷୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image