ବିଶ୍ୱରେ ୪୫୦କୋଟି ଲୋକ ମୌଳିକ ସ୍ବାସ୍ଥ୍ୟସେବା ପାଉନାହାନ୍ତି

ନୂଆଦିଲ୍ଲୀ,୨୨।୯: ବିଶ୍ୱ ଜନସଂଖ୍ୟାର ପ୍ରାୟ ଅଧା ଅର୍ଥାତ୍‌ ୪୫୦କୋଟି ଲୋକ ମୌଳିକ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ଅଛନ୍ତି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ନିଜ ସଦ୍ୟତମ ରିପୋର୍ଟରେ ଦର୍ଶାଇଛି। ବିଶ୍ୱରେ ପ୍ରାୟ ୨୦୦ କୋଟି ଲୋକଙ୍କୁ ଚିକିତ୍ସା ଖର୍ଚ୍ଚ ନିଜେ ବହନ କରିବାକୁ ପଡୁଛି ଏବଂ ଏହି ଖର୍ଚ୍ଚ ହେତୁ ପ୍ରାୟ ୧୩୦ କୋଟି ଲୋକ ଗରିବୀରେ ବଞ୍ଚୁଛନ୍ତି।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଓ ବିଶ୍ୱ ବ୍ୟାଙ୍କ ଦ୍ୱାରା ପ୍ରକାଶିତ ନୂଆ ରିପୋର୍ଟ ‘ଟ୍ରାକିଂ ୟୁନିଭର୍ସାଲ ହେଲଥ କଭରେଜ ୨୦୨୩ ଗ୍ଲୋବାଲ ମନିଟରିଂ ରିପୋର୍ଟ’ ଅନୁଯାୟୀ, ଅଣ ସଂକ୍ରାମକ ରୋଗ, ସଂକ୍ରାମକ ରୋଗ, ମାତୃ ଓ ଶିଶୁ ସ୍ବାସ୍ଥ୍ୟ, ମାନସିକ ସ୍ବାସ୍ଥ୍ୟ, ପରିବେଶ ସ୍ବାସ୍ଥ୍ୟ ଓ ପୁଷ୍ଟିହୀନତା ଆଦି ମୁଖ୍ୟ ସମସ୍ୟା ରହିଛି। ଅସ୍ବାସ୍ଥ୍ୟକର ଜୀବନଶୈଳୀ, ପରିବେଶ ପ୍ରଦୂଷଣ ଏବଂ ସ୍ବାସ୍ଥ୍ୟ ସେବାରେ ପର୍ଯ୍ୟାପ୍ତ ସୁବିଧା ନ ହେବା ସହିତ ଏସବୁ ଆହ୍ବାନଗୁଡିକ ସମ୍ମୁଖୀନ ହେବାକୁ ପଡୁଛି। ଧୂମପାନ, ମଦ୍ୟପାନ ଏବଂ ଡ୍ରଗ୍ସର ଅତ୍ୟଧିକ ବ୍ୟବହାର ଯୋଗୁ ହୃଦରୋଗ, ଷ୍ଟ୍ରୋକ, ଡାଇବେଟିସ, ମେଦବହୁଳତା, କ୍ରୋନିକ ଅବଷ୍ଟ୍ରକ୍ଟିଭ, ଫୁସଫୁସ ରୋଗ ଇତ୍ୟାଦି ରୋଗ ହେଉଛି। ସେହିପରି କ୍ୟାନସର ଚିକିତ୍ସା ପାଇଁ ବିପୁଳ ଟଙ୍କା ଖର୍ଚ୍ଚ ହେଉଛି।

Share