ପୋଲିସ ହେପାଜତରେ ଥିବା ଯୁବକଙ୍କ ମୃତ୍ୟୁ ନେଇ ଉତ୍ତେଜନା

ବରଗଡ଼ ଅଫିସ,୨୫ା୯(.): ପୋଲିସ ଉଠାଇ ନେଇଥିବା ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ପୋଲିସ ତାଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ମୃତଦେହ ଧରି ଏସ୍‌ପି ଅଫିସ ଆସୁଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା। ଫଳରେ ପୋଲିସ ଲାଠି ଚାର୍ଜ କରିଥିଲା। ଲାଠି ଚାର୍ଜ ପରେ ଉତ୍ତ୍ୟକ୍ତ ଲୋକେ ଛତ୍ରଭଙ୍ଗ ଦେଇଥିଲେ। ଲୋକଙ୍କଠାରୁ ମୃତଦେହ ପୋଲିସ ବ୍ୟବଚ୍ଛେଦ ପାଇଁ ନେଇଛି । ଏକ ଗଣ୍ଡଗୋଳ ମାମଲାରେ ଯୁବକଙ୍କୁ ଶୁକ୍ରବାର ଉଠାଇ ନେଇଥିଲା ଟାଉନ ପୋଲିସ । ପରେ ଅସୁସ୍ଥ ଅବସ୍ଥାରେ ଯୁବକଙ୍କୁ ହସ୍ପିଟାଲ ଅଣାଯାଇଥିଲା। ଜିଲା ମୁଖ୍ୟ ଚିକିତ୍ସାଳୟରେ  ମୃତ ଘୋଷଣା କରିଥିଲେ ଡାକ୍ତର । ଏହା ପରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।

Share