ସାମଗ୍ରିକ ବିକାଶ ମୋ ଲକ୍ଷ୍ୟ:ଲତିକା

ବ୍ରହ୍ମପୁର,୧୬ା୫(ଅଶୋକ କୁମାର ସାହୁ):ରାଜ୍ୟରେ ଆସନ୍ତା ୨୦ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ଏହାକୁ ଆଉ ୪ଦିନ ବାକି ଥିବାବେଳେ ଆସିକା ସଂସଦୀୟ କ୍ଷେତ୍ର ଅଧୀନ ୭ ବିଧାନସଭା ଆସନରେ ସ୍ଥିତି ସରଗରମ ରହିଛି। ସେଥିମଧ୍ୟରୁ କବିସୂର୍ଯ୍ୟନଗର ବିଧାନସଭା ଆସନର ଗୁରୁତ୍ୱ ଅଧିକ। ଉକ୍ତ ଆସନ ପାଇଁ ୫ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଜେଡି ପୁରୁଣା ଚେହେରା ଲତିକା ପ୍ରଧାନଙ୍କୁ ବାଛିଥିବାବେଳେ ଭାଜପା ଓ କଂଗ୍ରେସ ନୂଆ ମୁହଁ ଦେଇଛନ୍ତି। ଧରିତ୍ରୀ ପକ୍ଷରୁ ବିଜେଡି ବିଧାୟିକା ପ୍ରାର୍ଥୀ ଲତିକାଙ୍କ ସହ ସ୍ବଳ୍ପ ଆଳାପ।

ଆପଣଙ୍କ ନିର୍ବାଚନୀ ପ୍ରସଙ୍ଗ କ’ଣ ରହିଛି?
ଉ: ଅନେକ ପ୍ରସଙ୍ଗ ରହିଛି। ଉକ୍ତ ପ୍ରସଙ୍ଗକୁ ନେଇ ଗତ ୫ ବର୍ଷରେ ଅନେକ ବିକାଶ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସହଯୋଗରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଆଗରେ ରହିଛି। ତଥାପି ଏ କ୍ଷେତ୍ରକୁ ଆହୁରି ଉନ୍ନତ କରିବା ଉକ୍ତ ପ୍ରସଙ୍ଗରେ ସ୍ଥାନ ପାଇଛି। ଲୋକଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ଲକ୍ଷ୍ୟ ରହିଛି। ବିଶେଷକରି କୃଷି ପାଇଁ ଜଳସେଚନ ବ୍ୟବସ୍ଥା ଓ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଯାହା ସମସ୍ୟା ରହିଛି ତାହାକୁ ଦୂର କରାଯିବ। ସାମଗ୍ରିକ ବିକାଶ ଉପରେ
ଗୁରୁତ୍ୱ ଦିଆଯିବ।

ଭୋଟରଙ୍କୁ ନିଜ ସପକ୍ଷରେ କ’ଣ କହିବାକୁ ଚାହୁଁଛନ୍ତି?
ଉ: ମୁଁ କ’ଣ କରିଛି ଏବଂ ଜିତିଲେ ଆଉ କ’ଣ କରିବି ସେ ସମ୍ପର୍କରେ ଭୋଟର ଭଲଭାବେ ଅବଗତ ଅଛନ୍ତି। ତେଣୁ ସହର ସହିତ ଗାଁ ଗହଳିରେ ଅଯାଚିତ ସମର୍ଥନ ମିଳୁଛି। ମୁଁ ବିଧାୟିକା ଥିବା ସମୟରେ କ’ଣ କରିଛି ତାହାକୁ ପଛରେ ପକାଇ ଲୋକଙ୍କ ସମସ୍ୟାକୁ ଦୂର କରିବା ସହ ସମସ୍ତଙ୍କୁ ବିକାଶରେ ସାମିଲ କରିବା ଲକ୍ଷ୍ୟ ରଖିଛି । ବିକାଶ କେବଳ ଜଣଙ୍କ ଦ୍ୱାରା ହୁଏନି। ଲୋକଙ୍କ ସହଯୋଗରେ ହୁଏ। ତେଣୁ ସମସ୍ତେ ଏକ ହୋଇ ଅଞ୍ଚଳରେ ବିକାଶର ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ଆହ୍ବାନ ଦେଉଛି। ମୁଁ ଯାହା ବିକାଶ କରିଛି ତାହା ହିଁ ମୋ ସପକ୍ଷରେ ଯିବ।

ମତଦାତାଙ୍କୁ କ’ଣ ପ୍ରତିଶ୍ରୁତି ଦେବେ?
ଉ: ଗତ ନିର୍ବାଚନରେ ଯାହା ପ୍ରତିଶ୍ରୁତି ଥିଲା ତାହା ପୂରଣ ହୋଇଛି। ଲୋକଙ୍କ ସୁବିଧା ପାଇଁ ବିଭିନ୍ନ ଖସଡା ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ସହଯୋଗରେ କାମ ହେଉଛି। ମିଶନ ଶକ୍ତିଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ଗମନାଗମନ ଆଦି କ୍ଷେତ୍ରରେ ପର୍ଯ୍ୟାପ୍ତ ବିକାଶ କରାଯାଇଛି। ଅନେକ କାର୍ଯ୍ୟର ରୂପାନ୍ତରଣ କରାଯାଇଛି। କବିସୂର୍ଯ୍ୟନଗରରେ ଏକ ଉନ୍ନତ ମେଡିକାଲ କରାଯାଇଛି। କୋଦଳାରେ ଆଉ ଏକ ମେଡିକାଲ କରାଯିବ। ମାନବ ସମ୍ବଳକୁ କିଭଳି ବିନିଯୋଗ କରି ଅଞ୍ଚଳର ବିକାଶ କରିବା ଓ ମହିଳା, ପୁରୁଷ, ଯୁବପିଢ଼ି ସମସ୍ତେ କିଭଳି ସଶକ୍ତ ହୋଇପାରିବେ ସେଥିପାଇଁ କାମ କରିବା ହେଉଛି ମୋର ପ୍ରତିଶ୍ରୁତି।

ଭୋଟର ଆପଣଙ୍କୁ କାହିଁକି ସମର୍ଥନ କରିବେ ବୋଲି ଭାବୁଛନ୍ତି?
ଉ: ଦେଖନ୍ତୁ! ଭୋଟର ମୋତେ ପୂର୍ବରୁ ଜାଣିଛନ୍ତି। ମୋର ବିକାଶମୂଳକ କାର୍ଯ୍ୟକୁ ଭୋଟର ଦେଖିଛନ୍ତି, ଭଲ ଭାବେ ବୁଝିଛନ୍ତି ମଧ୍ୟ। ଗତ ୫ ବର୍ଷରେ ଲୋକଙ୍କ ସୁଖଦୁଃଖର ସାଥୀ ହୋଇଛି। ଲୋକେ ମୋତେ ଗତଥର ଯେଭଳି ବିଶ୍ୱାସ ରଖି ଦାୟିତ୍ୱ ଦେଇଥିଲେ ତାହାକୁ ଶତପ୍ରତିଶତ ପୂରଣ କରିପାରିଛି ବୋଲି ମୁଁ ଭାବେ। ବର୍ତ୍ତମାନ ମଧ୍ୟ ଲୋକଙ୍କୁ ପଚାରି ସେମାନଙ୍କ ସମସ୍ୟା ଦୂର କରିବାରେ ଅଣ୍ଟା ଭିଡିଛି। ତେଣୁ ଲୋକେ ନିଶ୍ଚିତ ଭାବେ ସମର୍ଥନ କରୁଛନ୍ତି ଓ କରିବେ ବୋଲି ମୋର ଦୃଢ଼ ବିଶ୍ୱାସ।

ଆପଣଙ୍କ ସହିତ କାହାର ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଭାବୁଛନ୍ତି?
ଉ: ଅନେକ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ସେମାନେ ମୋତେ ପ୍ରତିଦ୍ୱନ୍ଦ୍ୱୀ କରିଥାଇପାରନ୍ତି। ମୁଁ କାହାକୁ ବିରୋଧ କରୁନାହିଁ। ମୋର ମଧ୍ୟ ସେଭଳି ପ୍ରତିଦ୍ୱନ୍ଦ୍ୱୀ ଥିଲା ଭଳି ମୁଁ ମନେ କରୁନି। ଲୋକଙ୍କ ସମର୍ଥନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ବିକାଶ କରିଛି ବୋଲି ସହଯୋଗ ମିଳିଛି। ସାମଗ୍ରିକ ବିକାଶ କରିବା ଲକ୍ଷ୍ୟ ରହିଛି। ତେଣୁ ମୋ ସହିତ କାହାର ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ମୁଁ ଭାବୁନି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri