Categories: ଖେଳ

ଅତ୍ୟଧିକ ଆତ୍ମବିଶ୍ୱାସ ଜଣଙ୍କୁ ମାରିଦିଏ: ବିଶ୍ୱକପ ଫାଇନାଲରେ ଆଫ୍ରିଦି କହିଥିବା ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୧୧: ବିଶ୍ୱକପ ୨୦୨୩ର ଫାଇନାଲ୍‌ ମ୍ୟାଚରେ ଟିମ ଇଣ୍ଡିଆ ବ୍ୟାଟିଂ କରୁଥିବାବେଳେ ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି ଲାଇଭ ଟିଭିରେ ଏକ ବିବୃତ୍ତି ଦେଇଥିଲେ। ସେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ବିଷୟରେ କହିଥିଲେ ଯେ, ବେଳେବେଳେ ଅତ୍ୟଧିକ ଆତ୍ମବିଶ୍ୱାସ ଆପଣଙ୍କୁ ମାରିଦେଇଥାଏ। ଫାଇନାଲରେ ଟିମ ଇଣ୍ଡିଆର ପରାଜୟ ପରେ ପାକିସ୍ତାନର ଆଫ୍ରିଦିଙ୍କ ଏହି ମନ୍ତବ୍ୟ ଏବେ ଭାଇରାଲ ହେବାରେ ଲାଗିଛି।
ପାକିସ୍ତାନୀ ନ୍ୟୁଜ ଚ୍ୟାନେଲ ‘ସମ୍ବା ଟିଭି’ରେ ବିତର୍କ ବେଳେ ଆଫ୍ରିଦି ଏହା କହିଛନ୍ତି। ଏଠାରେ ମହମ୍ମଦ ୟୁସୁଫ ମଧ୍ୟ ତାଙ୍କ ସହିତ ପ୍ୟାନେଲରେ ଉପସ୍ଥିତ ଥିଲେ। ବିଶ୍ୱକପ ଫାଇନାଲରେ ଯେତେବେଳେ ଭାରତୀୟ ଇନିଂସ ପ୍ରଥମ ପାୱାରପ୍ଲେରେ ସଂଘର୍ଷ କରୁଥିଲା, ଆଫ୍ରିଦି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଟାର୍ଗେଟ କରିଥିଲେ। ଆଫ୍ରିଦିଙ୍କ ଏହି ବିବୃତ୍ତି ଶୁଭମନ ଗିଲଙ୍କ ବେପରୁଆ ସଟ୍‌ ଏବଂ ରୋହିତ ଶର୍ମା ଏକ ଅନାବଶ୍ୟକ ସଟ୍‌ରେ ଆଉଟ୍‌ ହେବା ପରେ ଆସିଥିଲା। ଅତ୍ୟଧିକ ଆତ୍ମବିଶ୍ୱାସ ଯୋଗୁ ଏପରି ଘଟୁଛି ବୋଲି ସେ କହିଥିଲେ।

Share