ଓଭରହେଡ୍‌ କେବୁଲ ତାର ମୁକ୍ତ ଅଭିଯାନ ବାଟବଣା

ରାଉରକେଲା,୩ା୫(ବିପ୍ଲବ ରଞ୍ଜନ ଦାଶ): ସ୍ମାର୍ଟ ସିଟି ରାଉରକେଲା ଓଭରହେଡ୍‌ କେବୁଳ ମୁକ୍ତ ସହର ହେବ ବୋଲି ନିଷ୍ପତ୍ତି ନିଆଗଲା। ମାତ୍ରା ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଫଳରେ ସହରର ଡେଲି ମାର୍କେଟ, କୋଏଲନଗର, ଛେଣ୍ଡ,ପାନପୋଷ,ବାସନ୍ତୀ କଲୋନି ଏବଂ ଉଦିତ୍‌ନଗର, ସିଭିଲ ଟାଉନଶିପରେ ମାଳ ମାଳ କେବୁଳ ତାର ବିପଦପୂର୍ଣ୍ଣ ଏବଂ ଅସୁରକ୍ଷିତ ଭାବେ ଝୁଲି ରହିଛି। ବୁଢ଼ିଆଣୀ ଜାଲ ବୁଣିଲା ଭଳି କେବୁଳ ତାର ସ୍ମାର୍ଟ ସିଟି ସୌନ୍ଦର୍ଯ୍ୟତାରେ ଅଙ୍କୁଶ ଲଗାଉଛି। ସହରରେ କେବୁଲ ବ୍ୟବସ୍ଥା ସୁଦୃଢ଼ୀକରଣ ପାଇଁ ହକି ବିଶ୍ୱକପର ୧୦ଦିନ ପୂର୍ବରୁ ତକତ୍ାଳୀନ ରାଉରକେଲା ଅତିରିକ୍ତ ଜିଲାପାଳ ଡ. ଶୁଭଙ୍କର ମହାପାତ୍ର ଟିପିଡବ୍ଲ୍ୟୁଡିଏଲ୍‌ ନୋଡାଲ ଅଧିକାରୀଙ୍କ ଉପସ୍ଥିତିରେ ବିଦ୍ୟୁତ୍‌ ବିଭାଗୀୟ ଅଧିକାରୀ, ରାଉରକେଲା ଜିଓ କର୍ତ୍ତୃପକ୍ଷ ଓ ଅନୁମୋଦିତ ସହରର ୪ମୁଖ୍ୟ କେବୁଳ ଅପରେଟର ସଂସ୍ଥା ସହିତ ମିଶି ସହରକୁ ଓଭରହେଡ୍‌ କେବୁଲମୁକ୍ତ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରିଥିଲେ। ପାନପୋଷରୁ ରେଲଓ୍ବେ ଷ୍ଟେଶନ ଯାଏଁ ପ୍ରାଥମିକ ସ୍ତରରେ ଭୂତଳରେ କେବୁଳ ତାର ବିଛାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥିସହ ଅନ୍ୟାନ୍ୟ କେବୁଳ ଅପରେଟର ସଂସ୍ଥାଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ କେବୁଳ ତାର ନ ବିଛାଇବାକୁ ତକତ୍ାଳୀନ ଅତିରିକ୍ତ ଜିଲାପାଳ ନିର୍ଦ୍ଦେଶ ଦେବା ସହ ଖିଲାପୀ କଲେ ଖିଲାପକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଅମାନିଆ କେବୁଲ ଓ ନେଟ୍‌ଓ୍ବାର୍କିଂ ଅପରେଟର ଡେଲିମାର୍କେଟ ଭଳି ଜନଗହଳି ଛକରେ ଅସୁରକ୍ଷିତ ଭାବେ କେବୁଲ ତାର ବିଛାଉଛନ୍ତି। ଏମିତିକି ଅନେକ ଛୋଟ ବଡ ଦୁର୍ଘଟଣା ବି ଘଟୁଥିବା ନଜିରକୁ ଆସୁଛି। କିଛିଦିନ ତଳେ ଉଦିତନଗର ନିକଟସ୍ଥ ଫିଟ୍‌ନେସ୍‌ ପାର୍କ ରାସ୍ତାରେ କେବୁଲ ତାର ଅତ୍ୟଧିକ ଭାର ଯୋଗୁ ୩୧କେଭି ବିଦ୍ୟୁତ୍‌ ତାର ରାସ୍ତା ଉପରେ ଛିଣ୍ଡି ପଡ଼ିଥିଲା। ଫଳରେ ରାସ୍ତାରେ ଯାତାୟାତ କରୁଥିବା ଯାତ୍ରୀ ଅଳ୍ପକେ ଏଥିରୁ ବର୍ତ୍ତିଯାଇଥିଲେ। ଏନେଇ ସହରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ରାଉରକେଲା ଅତିରିକ୍ତ ଜିଲାପାଳ ଆଶୁତୋଷ କୁଲକର୍ନୀଙ୍କୁ ପଚାରିବାରୁ, ନିର୍ଦ୍ଦେଶକୁ ଅବମାନନା କରି ମନମୁଖି କେବୁଲ ତାର ବିଛାଉଥିବା ସଂସ୍ଥାଗୁଡିକ ବିରୋଧରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ। ରାଉରକେଲା ସହର କିଭଳି ଓଭରହେଡ୍‌ କେବୁଲ ମୁକ୍ତ ସଫଳ ହେବ ସେ ନେଇ ନିର୍ବାଚନ ପରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଥିଲେ।
ଫଟୋ- ରାଉରକେଲା ଡେଲି ମାର୍କେଟର ବିଦ୍ୟୁତ୍‌ ଖୁଣ୍ଟରେ ମାଳ ମାଳ କେବୁଲ ତାର ଅସୁରକ୍ଷିତ ଭାବେ ଝୁଲି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ ବିବାଦରୁ ଗଣ୍ଡଗୋଳ: ଗୋଟିଏ ପରିବାରର ୩ ଆହତ

ଭଞ୍ଜନଗର,୧୨।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଧୀନ ତୁରୁମୁରେ ଦୁଇ ପରିବାର ମଧ୍ୟରେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା। ଏଥିରେ ଗୋଟିଏ ପରିବାରର...

ବାରମ୍ବାର ମିଛ କହୁଛନ୍ତି ତହଉର ରାଣା, ଏବେ NIA ନେବ ଏହି ଆକ୍ସନ

ନୂଆଦିଲ୍ଲୀ,୧୨।୪: ଜାତୀୟ ତଦନ୍ତ ସଂସ୍ଥା (NIA) ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତହଉର ରାଣାଙ୍କୁ ନିରନ୍ତର ପଚରାଉଚରା କରୁଛି। ଫୋନରେ କଥା ହେଉଥିବା...

ବଜ୍ରପାତ ନେଲା ଜୀବନ, ଗାଈ ଚରାଇବା ବେଳେ ଟଳିପଡିଲେ ବ୍ୟକ୍ତି

ଭଞ୍ଜନଗର,୧୨।୪,(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ ନେଟେଙ୍ଗା ଗ୍ରାମର ଜଣେ ଗାଈ ଚରାଳି ଶନିବାର ସାଂରେ ବଜ୍ରପାତରେ ମୃତ୍ୟୁ ବରଣ କରିଛନ୍ତି। ସେହେଲେ...

କନ୍ଧମାଳର ଟୁଇଟର ମ୍ୟାନ ହେଲେ ସମ୍ମାନିତ

ଜି.ଉଦୟଗିରି,୧୨ା୪(ଚିନ୍ମୟ କୁମାର ସେଠୀ)-ଓଡ଼ିଶାର ଏକ ସାମାଜିକ ସଂଗଠନ ଆସୋସିଏଶନ ଅଫ ଟୁଇଟର ଆକ୍ଟିଭିଷ୍ଟ (ଏଟିଏ) ତରଫରୁ ପୁରୀଠାରେ ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ...

କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

ଖଲ୍ଲିକୋଟ,୧୨।୪,(ପ୍ରଶାନ୍ତ କୁମାର ମିଶ୍ର): ବାଲୁଗାଁ ଷ୍ଟେଶନରେ ଶନିବାର ମଧ୍ୟାହ୍ନରେ ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗି ଯାଇଥିଲା। ଟ୍ରେନଟି ପଲାସାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା...

ପୁଣି ଦାଦନ ଦୁଃଖ, ସୁରଟରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଖଲ୍ଲିକୋଟ,୧୨ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ପାଟଣା ସାହିର ମୂଳିଆ ସାହୁଙ୍କ ପୁଅ ସୁରଥ ସାହୁ (୪୨) କାମ କରିବା...

ଚିକିତ୍ସା ସମୟରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ, ଚିହ୍ନଟ ପାଇଁ ସୁଙ୍କି ପୋଲିସ ପଠାଇଲା ଜିଲା ମେଡ଼ିକାଲ କଲେଜ

ପଟ୍ଟାଙ୍ଗି,୧୨।୪,(ଶରତ କୁମାର ଧଳ): କୋରାପୁଟ ଜିଲା ସୁଙ୍କି ଥାନା ଅନ୍ତର୍ଗତ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ରହିଥିବା ବରଗଛ ମୂଳେ ଅଚେତ ଅବସ୍ଥାରେ ପଡି ରହିଥିବା ଜଣେ...

ଦିନିକିଆ କ୍ରିକେଟରେ ଆଇସିସି କରିପାରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧୨ା୪: ଦିନିକିଆ କ୍ରିକେଟ ବ୍ୟାଟରଙ୍କୁ ଅତ୍ୟଧିକ ସୁହାଉଥିବାରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୫୦ ଓଭରିଆ ଫର୍ମାଟରେ ଦୁଇ ନୂଆ ବଲର ବ୍ୟବହାର ନିୟମରେ ପରିବର୍ତ୍ତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image