ଧାନ ଫସଲ ଉପରେ ରାତାରାତି ପୋତିଦେଲେ ମାଟି:ପ୍ରତିବାଦରେ ରାସ୍ତାରୋକୋ ଉତ୍ତେଜନା ଜାରି

ବରଗଡ, ୫।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ଖେଦାପାଲିି ଗ୍ରାମରେ ଚାଷ ହୋଇଥିବା ଧାନ ଫସଲ ଉପରେ ମାଟି ପୋତିବାକୁ ନେଇ ଉତ୍ତେଜନା ଦେଖାଯାଇଛି। ଏଥିରେ ପ୍ରଭାବିତ ପରିବାର ପିଲାଛୁଆ ଏବଂ ଗ୍ରାମବାସୀଙ୍କ ସହିତ ଖେଦାପାଲିସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟର ଅନତିଦୂରରେ ବରଗ -ଭଟଲି ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାଶର୍‌ବରେ ବ୍ୟାପକ ଯାନବାହାନ ଅଟକି ରହିଛି। ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ ଅଛନ୍ତି।

ଜମି ବିବାଦରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି। ଏକ ପରିବାର ସେମାନଙ୍କ ଭାଗରେ ଥିବା ଜମି ବିକ୍ରି କରି ନ ଥିବା କହୁଥିବାବେଳେ ଜମି କ୍ରେତା ତାହା କିଣିଥିବା କହୁଛନ୍ତି। ଏ ନେଇ ସମ୍ପୃକ୍ତ ପରିବାର ଲୋକେ ପ୍ରଶାସନର ଅବଗତ କରିଥିବା କହିଛନ୍ତି। ଅନ୍ୟପକ୍ଷରେ ସେହି ଜମିରେ ଚାଷ ହୋଇଥିବା ଧାନ ଫସଲରେ ରାତାରାତି ମାଟି ପୋତିଦେବା ଘଟଣାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଉ ଥିବାବେଳେ ଏହାକୁ ନେଇ ଉତ୍ତେଜନା ଲାଗି ରହିଛି।

 

 

Share