ରାତାରାତି ମିଳିଥିଲା ଷ୍ଟାର୍‌ ଡମ୍‌…

ମୁମ୍ବାଇ,୮।୬: ବଲିଉଡ୍‌ ଅଭିନେତ୍ରୀ ଡିମ୍ପଲ କପାଡ଼ିଆ ମଙ୍ଗଳବାର ୬୪ ବର୍ଷ ପୂରଣ ହୋଇଛି। ୧୯୫୭ ଜୁନ ୮ରେ ସେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କୁ ୧୬ ବର୍ଷ ବୟସ ହୋଇଥିବାବେଳେ ରାଜକପୁର ଡିମ୍ପଲଙ୍କୁ ଫିଲ୍ମ ବବି ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିବାର ସୁଯୋଗ ଦେଇଥିଲେ। ମେରା ନାମ ଜୋକର ଫିଲ୍ମ ପରେ ରାଜ କପୁରଙ୍କ ସ୍ଥିିତି ଖରାପ ଥିଲା। ସେ ବବି ଫିଲ୍ମ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ରିଷି କପୁରଙ୍କ ସହିତ ବବି ଫିଲ୍ମରେ ଡିମ୍ପଲ ସ୍କ୍ରିନ ଶେୟାର କରି ଦର୍ଶକଙ୍କ ହୃଦୟକୁ ଜିଣି ନେଇଥିଲେ। ବବି ପରେ ଡିମ୍ପଲଙ୍କ ଜୀବନରେ ଆସିଥିଲା ବିରାଟ ପରିବର୍ତ୍ତନ। ବବି ମୁକ୍ତି ଲାଭ କରିବା ପୂର୍ବରୁ ସୁପରଷ୍ଟାର ରାଜେଶ ଖାନ୍ନା ଡିମ୍ପଲଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ରାଜେଶଙ୍କ ବୟସ ସେତେବେଳେ ୩୧ ଥିଲା। ସେ ଡିମ୍ପଲଙ୍କଠାରୁ ୧୫ ବର୍ଷ ବୟସ ବଡ଼ଥିଲେ। ତେବେ ଦୁହିଁଙ୍କ ବିବାହ ହୋଇଥିଲା। ଏହା ପରେ ବବି ଫିଲ୍ମ ୧୯୭୩ରେ ପରଦାକୁ ଆସିଥିଲା। ଏହି ଫିଲ୍ମ ବକ୍ସ ଅଫିସ ରେକର୍ଡ ଭାଙ୍ଗିବାକୁ ସକ୍ଷମ ହୋଇଥିଲା। ରାତାରାତି ଡିମ୍ପଲ ଷ୍ଟାରଡମ ହାସଲ କରିଥିଲେ। ଏହା ସହିତ ରାଜକପୁରଙ୍କ ସ୍ଥିତିରେ ମଧ୍ୟ ପରିବର୍ତ୍ତନ ହୋଇଥିଲା। ବବି ଫିଲ୍ମର ହମ୍‌ ତୁମ୍‌ ଏକ କମରେ ମେ ବନ୍ଦ ହୈ… ଗୀତ ଏବେ ବି ମନରେ ଶିହରଣ ଆଣିଥାଏ। ଏହାପରେ ୧୯୮୪ରୋ ଡିମ୍ପଲ ସାଗର ଫିଲ୍ମରେ ବଲିଉଡ୍‌କୁ ଫେରିଥିଲେ। ୧୯୮୭ରେ କାଶ୍‌, ୧୯୯୦ରେ ଦୃଷ୍ଟି, ୧୯୯୧ରେ ଲେକିନ୍‌, ୧୯୯୩ରେ ରୁଦାଲି, ୧୯୯୩ରେ ଗରଦିଶ୍‌, ୧୯୯୪ରେ କ୍ରାନ୍ତିବୀର ଆଦିରେ ଅଭିନୟ କରି ସେ ଇଣ୍ଡଷ୍ଟ୍ରିରେ ବେଶ୍‌ ସଫଳ ରହିଥିଲେ।

Share