Categories: ବାଣିଜ୍ୟ

ଇପିଏଫ୍‌ଓକୁ ସୁଧ ହାର ଘୋଷଣା ନ କରିବାକୁ ନିର୍ଦ୍ଦେଶ !

ନୂଆଦିଲ୍ଲୀ,୧୭।୯: ପ୍ରତି ଆର୍ଥିକ ବର୍ଷ ଲାଗି କର୍ମଚାରୀ ଭବିଷ୍ୟ ନିଧି ସଂଗଠନ(ଇପିଏଫ୍‌ଓ) ସୁଧ ହାର ନେଇ ଘୋଷଣା କରିଥାଏ। ହେଲେ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ(ସିବିଟି) ମନ୍ତ୍ରଣାଳୟର ପୂର୍ବ ଅନୁମୋଦନ ବିନା ଆରମ୍ଭରୁ ଏହାକୁ ସର୍ବସାଧାରଣରେ ଘୋଷଣା ନ କରିବାକୁ କୁହାଯାଇଛି।

ଇପିଏଫ୍‌ଓ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଅଧୀନରେ ଆସିଥାଏ। ଏହା ଅଧୀନରେ ୬ କୋଟି ସବ୍‌ସ୍କ୍ରାଇବର୍‌ ଅଛନ୍ତି। ୨୦୨୧-୨୨ରେ ୪୪୯.୩୪ କୋଟି ଟଙ୍କାର ସର୍‌ପ୍ଲସ ଅନୁମାନ କରାଯାଉଥିଲା, ହେଲେ ଇପିଏଫ୍‌ଓ ଏହି ଆର୍ଥିକ ବର୍ଷରେ ୧୯୭.୭୨ କୋଟି ଟଙ୍କାର କ୍ଷତି ସହିଛି। ଏହି ପ୍ରସଙ୍ଗକୁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜୁଲାଇ ଆରମ୍ଭରୁ ଶ୍ରମ ମନ୍ତ୍ରଣାଳୟ ଆଗରେ ରଖାଯାଇଥିଲା। ଏବେ ଇପିଏଫ୍‌ଓ କ୍ଷତି ସହୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Share