ଓଲଟି ପଡ଼ିଲା ବୋରୱେଲ ଖନନ ଗାଡ଼ି

ପୁରୁଷୋତ୍ତମପୁର,୨୨।୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ରାଇପୁର ଗ୍ରାମ ନିକଟସ୍ଥ ଏକ ଜମିରେ ଗୁରବାର ରାତିରେ ଏକ ବୋରୱେଲ ଖନନ ଗାଡ଼ି ଓଲଟି ପଡିଛି। ଫଳରେ ଗାଡ଼ି ତଳେ ଚାପିହୋଇ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ସେ ହେଲେ ଛତିଶଗଡ଼ ଯଶପୁର ଜିଲା ତାପକରା ଥାନା ଅଧୀନ ସାପୁର ଗ୍ରାମର ଅମିତ ସାଏ(୧୮) ।

ମିଳିଥିବା ସୂଚନା ମୁତାବକ, ଏକ ବୋରୱେଲ ଖନନ ଗାଡି(ନଂ. କେଏ୦୧ଏବି-୯୫୩୫) ନଳକୂଅ ଖୋଳି ଫେରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଗାଡ଼ି ତଳେ ଅମିତ ଚାପି ହୋଇଯାଇଥିଲେ। ଖବରପାଇ ପୁରୁଷୋତ୍ତମପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଗାଡ଼ିରେ ୯ଜଣ ଶ୍ରମିକ ଥିଲେ।