ଓଲଟିଲା ଗୋରୁ ବୋଝେଇ ପିକ୍‌ଅପ୍‌

କେନ୍ଦୁଝର,୧୪ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ନିକଟ ଧୃପଦା ନିକଟରେ ସୋମବାର ସକାଳେ ଏକ ଗୋରୁ ବୋଝେଇ ପିକ୍‌ ଅପ୍‌ ଭ୍ୟାନ ( ଓଡି ୧୧ଏ/ ୮୯୦୦) ଦ୍ରୁତ ଗତିରେ ଖସି ପଳାଉଥିବା ବେଳେ ଏନ୍‌ଏଚ୍‌ ୪୯ ବାଇପାସ ଓଭର ବ୍ରିଜରେ ଧକ୍କା ଦେଇ ଓଲଟି ପଡ଼ିବାରୁ ୫ ଗୋରୁ ଗୁରୁତର ହୋଇ ରାସ୍ତାରେ ପଡ଼ିଥିବା ବେଳେ ଆଉ ତିନୋଟି ଆହତ ହୋଇଛନ୍ତି। ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ତଥା ଗୋ’ ପ୍ରେମୀମାନେ ପହଞ୍ଚି ଗୋରୁମାନଙ୍କୁ ଉଦ୍ଧାର କରି ପାଣି ଦେଇ ସେବା କରିଥିଲେ। ବାରମ୍ବାର ଏଭଳି ଗୋ’ ଚାଲାଣ ହେବ ସହ ଦୁର୍ଘଟଣା ଘଟି ମୃତାହତ ହେଉଥିବାରୁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ପୋଲିସ ପହଞ୍ଚି ଭ୍ୟାନ୍‌ ଜବତ କରିଛି। ଗୁରୁତର ଗୋରୁଙ୍କ ଚିକିତ୍ସା ପାଇଁ ପଶୁ ଡାକ୍ତରଖାନା ନିଆଯାଇଛି।