ଓଲଟିଲା ଗ୍ୟାସ୍‌ ଟ୍ୟାଙ୍କର, ଲୋକେ ଆତଙ୍କିତ

ଖଲ୍ଲିକୋଟ,୩୧ା୩(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନାଠାରୁ ମାତ୍ର ଦୁଇ ଶହ ମିଟର ଦୂରରେ ଓଲଟି ପଡ଼ିଛି ଏକ ଗ୍ୟାସ ଟ୍ୟାଙ୍କର। ବ୍ରହ୍ମପୁରଠାରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଭାରତ ଗ୍ୟାସ୍‌ ଟ୍ୟାଙ୍କର ରବିବାର ପୂର୍ବାହ୍ନରେ ଖଲ୍ଲିକୋଟ ବଡ଼ ଘାଟି ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟି ରାସ୍ତାରେ ଗ୍ୟାସ୍‌ ଟ୍ୟାଙ୍କର ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବେଳେ ଡ୍ରାଇଭର ଭୁଲ୍‌ ବଶତଃ ଖଲ୍ଲିକୋଟ ଗଡା଼ଣିଆ ରାସ୍ତାକୁ ଗାଡି ବୁଲାଇ ଦେଇଥିଲେ। ଫଳରେ ନିୟନ୍ତ୍ରଣ ହରାଇ ଗାଡ଼ିଟି ରାସ୍ତାକଡ଼ରେ ଓଲଟି ପଡିଥିଲା। ଡ୍ରାଇଭର ଗୁରୁତର ହୋଇ ପ୍ରଥମେ ଖଲ୍ଲିକୋଟ ମେଡିକାଲ ଏବଂ ପରେ ବ୍ରହ୍ମପୁର ବଡ଼ ମେଡିକାଲ ଚିକିତ୍ସା ପାଇଁ ସ୍ଥାନାନ୍ତର ହୋଇଛନ୍ତି। ଗ୍ୟାସ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌ ହେଉଥିବା ବେଳେ ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ନରେଶ କୁମାର ସାହୁ, ଛତ୍ରପୁର ଏସ୍‌ଡିପିଓ ଗୌରହରି ସାହୁ ଓ ଖଲ୍ଲିକୋଟ ଅଗ୍ନିଶମ ବାହିନୀ ସହ ରମ୍ଭା ଏବଂ ଛତ୍ରପୁରରୁ ମଧ୍ୟ ଅଗ୍ନିଶମ ବାହିନୀ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଟ୍ୟାଙ୍କରରୁ ସୁ ସୁ ହୋଇ ଗ୍ୟାସ୍‌ ଲିକ୍‌ ହେଉଥିବାରୁ ଖଲ୍ଲିକୋଟକୁ ହାଇଆଲର୍ଟରେ ରଖାଯାଇଛି। ପ୍ରତି ୧୦ ମିନିଟ୍‌ରେ ଥରେ ଅଗ୍ନିଶମ ବାହିନୀ ଗ୍ୟାସ ଟ୍ୟାଙ୍କର ଉପରେ ପାଣି ମାଡ଼ କରୁଛନ୍ତି। ନିକଟସ୍ଥ କାଠଗଡା ଗ୍ରାମକୁ ବିଦ୍ୟୁତ ସରବରାହ ବନ୍ଦ କରାଯାଇଛି। ଗ୍ରାମବାସୀଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଖଲ୍ଲିକୋଟ ଏବଂ କେଶପୁରଠାରୁ ସେହି ରାସ୍ତାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇ


Enter your email to get our daily news in your inbox.

All Right Reserved By Dharitri.Com

ପାଳନ ହେଲା ବସନ୍ତ ଉତ୍ସବ

  କୋରାପୁଟ,୧୪।୩(ଅମିତାଭ ବେହେରା): ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପାଳନ ହେଲା ବସନ୍ତ ଉତ୍ସବ ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ରୀ-ଛାତ୍ରମାନେ ରଙ୍ଗର ପର୍ବ...

୨୦ ବର୍ଷ ପରେ ମଞ୍ଚ ନାଟକ ମଞ୍ଚସ୍ଥ : ସହରୀ ସଭ୍ୟତାଠାରୁ ଦୂରେଇ ଯାଇନି ମଞ୍ଚ ନାଟକ

ଭଞ୍ଜନଗର,୧୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଲଣ୍ଡେଇସାହିରେ ଶୁକ୍ରବାର ନାଟକ ‘ ହଜି ଯାଇଛି ମୁଁ ମୋ ଭିତରେ’ମଞ୍ଚସ୍ଥ ହୋଇଛି। ଏହାକୁ ବରିଷ୍ଠ ଲେଖକ...

ପୋଲିସ ପଞ୍ଝାରେ ଗଞ୍ଜେଇ ମାଫିଆ, ୬୬୦ କେଜି ଗଞ୍ଜେଇ ଜବତ, ୬ ଗିରଫ

ରାୟଗଡ଼ା,୧୪।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଟାଉନ ଥାନା ପୋଲିସ ପଞ୍ଝାରେ ଧରା ପଡ଼ିଲେ ଗଞ୍ଜେଇ ମାଫିଆ। ପୋଲିସ ପାଟ୍ରୋଲିଂ ସମୟରେ ଏହି ଗଞ୍ଜେଇ ଜବତ ହୋଇଛି।...

ପୋଲିସ ଚଢ଼ାଉ : ଦୁଇ ଗିରଫ

ଗୋପାଳପୁର,୧୪।୩(ନବୀନ ରାଜ ଆଚାରୀ): ଶୁକ୍ରବାର ଭୋର ସମୟରେ ମୋରମ ଚୋରା ଚାଲାଣ ବେଳେ ଗୋଳନ୍ଥରା ଥାନା ପୋଲିସ ଚଢାଉ କରି ଦୁଇଟି ଗାଡି ଜବତ କରିବା...

ମଣ୍ଡପ ଦୋଳିରେ ବିଜେ ହେଲେ ଚମ୍ପେଶ୍ୱର ବାବା

ସୋନେପୁର,୧୪।୩(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରର ପ୍ରସିଦ୍ଧ ଶୈବପୀଠ ଚମ୍ପାମାଳ ଚମ୍ପେଶ୍ବର ମହାଦେବ ଶୁକ୍ରବାର ସାରେ ଭିତିରି ଗମ୍ଭୀରାରୁ ବାହାରି ମଣ୍ଡପ ଦୋଳିରେ ବିଜେ ହୋଇଛନ୍ତି...

ଦିଲ୍ଲୀରେ ନବୀନ, ଓଡ଼ିଶାରେ ଚହଳ, ଆଗକୁ ହେବ କି ବଡ଼ ଡିଲ୍‌!

ଭୁବନେଶ୍ୱର,୧୪।୩: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନେଇ ଏବେ ଚର୍ଚ୍ଚା ଜୋର। କୁହାଯାଉଛି କି ସେ ଏବେ ଇଣ୍ଡିଆ ମେଣ୍ଟ ଆଡକୁ ଢଳୁଛନ୍ତି। ଆସନ୍ତା ୨୨...

ବାହାହୋଇ ଫସିଗଲେ ପ୍ରଦୀପ ମାଝୀ, ୧୨ ବର୍ଷ ବାସନ୍ଦ କଲେ ଜାତିଭାଇ

ମାଲକାନଗିରି,୧୪।୩(ନୃସିଂହ ଚରଣ ମହାନ୍ତି):  ଅଣ ଆଦିବାସୀଙ୍କୁ ବିବାହ କରିବାରୁ ବାସନ୍ଦ ହେଲେ ପୂର୍ବତନ ଏମ୍‌ପି ତଥା ବିଜେଡି ନେତା ପ୍ରଦୀପ ମାଝୀ। ବିଜେଡି ନେତା ପ୍ରଦୀପ...

ବିବାଦୀୟ ପରିସ୍ତିତିକୁ ନେଇ ଶାଶନପଲ୍ଲୀ ଅସାନ୍ତ: ପୋଲିସ ପକ୍ଷରୁ ବସିଲା ଶାନ୍ତିକମିଟି

ପୁରୁଷୋତ୍ତମପର,୧୪।୩ (ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶାଶନପଲ୍ଲୀ ଗ୍ରାମରେ ଦୀର୍ଘଦିନଧରି ଲାଗିରହିଥିବା ବିବାଦୀୟ ପରିସ୍ତିତିକୁ ନେଇ ସମଗ୍ର ଗ୍ରାମ ଆଶାନ୍ତ ହୋଇପଡଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image