ଓଲଟିଲା ଲୁହା ସାମଗ୍ରୀ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପରଙ୍କ ଜୀବନ ଗଲା

ଖୋର୍ଦ୍ଧା,୩ା୪(ପ୍ରଭାତ ପାଣିଗ୍ରାହୀ): ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ପଥରବନ୍ଧ ନିକଟରେ ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଚାଳକ ସହ ହେଲପରଙ୍କ ମୃତ୍ୟୁ ଘଟିଛି। ତେବେ ମୃତକ ଦ୍ୱୟଙ୍କର ପରିଚୟ ମିଳି ପାରିନାହିଁ। ଟ୍ରକ୍‌ରେ ଲୁହାର ବଡ଼ ବଡ଼ ଚ୍ୟାନେଲ ବୋଝେଇ ହୋଇ କୋଲକାତାରୁ ବିଶାଖାପାଟଣା ଯାଉଥିଲା। ରାସ୍ତା ଉପରକୁ ହଠାତ୍‌ ଏକ ଗାଈ ଆସିଯିବାରୁ ଟ୍ରକ୍‌ ଚାଳକ ହଠାତ୍‌ ବ୍ରେକ୍‌ ମାରିବାରୁ ଭରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡ଼ିଥିଲା। ଫଳରେ କିଛି ବାଟ ଯାଇ ଟ୍ରକ୍‌ଟି ଓଲଟି ପଡ଼ିଥିଲା। ଟ୍ରକରେ ବଡ଼ ବଡ଼ ଲୁହା ଚ୍ୟାନେଲ ବୋଝେଇ ହୋଇଥିବାରୁ ଟ୍ରକଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି l ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁରରେ ନୂତନ ବିଡିଓ ଭାବେ ଯୋଗ ଦେଲେ ମନୋଜ କୁମାର

ପଦ୍ମପୁର,୧୭।୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ବ୍ଳକର ନୂତନ ବିଡ଼ିଓ ଭାବରେ ମନୋଜ କୁମାର ଦେବତା ଯୋଗଦେଇଛନ୍ତି। ଏହା ପୂର୍ବରୁ ଶ୍ରୀ ଦେବତା ଜି ଉଦୟଗିରି...

ଜବରଦସ୍ତ ସ୍କୁଟର ଲଞ୍ଜ କଲା Honda,ମନ ଜିଣିବ ଆଡଭାନ୍ସ ଫିଚର୍‌

ନୂଆଦିଲ୍ଲୀ,୧୭।୪: ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ (HMSI) ଭାରତୀୟ ବଜାରରେ ୨୦୨୫ Dio ଲଞ୍ଚ କରିଛି। ଅପଡେଟ୍‌ ହୋଇଥିବା ସ୍କୁଟରଟି କସମେଟିକ୍‌ ପରିବର୍ତ୍ତନ, OBD୨...

Top 5 Biodiversity Centers in Odisha: ଓଡ଼ିଶାର ଟପ୍-୫ ଜୈବ ବିବିଧ କେନ୍ଦ୍ର

ଓଡ଼ିଶା ଭାରତର ଅନ୍ୟତମ ଜୈବ ବିବିଧତା ସମୃଦ୍ଧ ରାଜ୍ୟ। ଯେଉଁଠି ବିଭିନ୍ନ ପ୍ରକାରର ବନସ୍ପତି, ପ୍ରାଣୀ, ଏବଂ ଜଳଜ ଜୀବ ଦେଖାଯାଏ। ଏହାର ଜଙ୍ଗଲ, ଜଳାଶୟ,...

ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ଲାଗି ସରକାରୀ ଜମିରୁ ଉଚ୍ଛେଦ ପାଇଁ ନୋଟିସ୍‌ ପରେ ତାତିଲେ ଲୋକେ, ଶୋଭାଯାତ୍ରା ସହ ଘେରିଲେ ତହସିଲ

ପାଟଣା,୧୭।୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ପ୍ରସ୍ତାବିତ ମେଗା ଷ୍ଟିଲ୍‌ ପ୍ଲାଣ୍ଟ ପ୍ରଭାବିତ ଚେମେଣା, ଯମୁନାପଶି,ମୁରୁସୁଆଁ, ରାଜନଗର ପଞ୍ଚାୟତ ଆଦି ୧୮ ଟି...

UGC NET June 2025 ପାଇଁ ଆବେଦନ ଆରମ୍ଭ, ଜାଣନ୍ତୁ କେବେ ହେବ ପରୀକ୍ଷା, ଶେଷ ତାରିଖ…

ନୂଆଦିଲ୍ଲୀ,୧୭।୪: ଏନ୍‌ଟିଏ ଜୁନ ୨୦୨୫ ରେ UGC NET ର ବିଜ୍ଞପ୍ତି ପ୍ରକାଶ କରିଛି। ଏହା ସହିତ ଆବେଦନ ପୋର୍ଟାଲ ମଧ୍ୟ ଖୋଲିଛି। ପ୍ରାର୍ଥୀମାନେ ୧୬...

ଏନଏସି ବିଜେଡି ପକ୍ଷରୁ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ

ଗଞ୍ଜାମ,୧୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ବିଜୁ ଜନତା ଦଳ ପକ୍ଷରୁ ସ୍ବର୍ଗତ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ଗୁରୁବାର ପାଳିତ ହୋଇଛି । ବିଜେଡି...

ବଡ଼ ନିଷ୍ପତ୍ତି: ପ୍ରଥମରୁ ୫ମ ଶ୍ରେଣୀ ଯାଏ ହିନ୍ଦୀ ଭାଷା ବାଧ୍ୟତାମୂଳକ; ଜାତୀୟ ଶିକ୍ଷା ନୀତି ଲାଗୁ

ମୁମ୍ବାଇ,୧୭।୪: ମହାରାଷ୍ଟ୍ର ସରକାର ୨୦୨୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି (NEP) ୨୦୨୦ କାର୍ଯ୍ୟକାରୀ କରିବା ପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି...

ସ୍ବାସ୍ଥ୍ୟମନ୍ତ୍ରୀ ବାଣ୍ଟିଲେ ଆୟୁଷ୍ମାନ କାର୍ଡ: ହିତାଧିକାରୀଙ୍କ ଘରେ ଚା ପିଇଲେ

ଅତାବିରା, ୧୭।୪(ଯୁଧିଷ୍ଠିର ମହାପାତ୍ର): ବରଗଡ ଜିଲା ଅତାବିରାକୁ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପହଞ୍ଚି ଆଜି ପୂର୍ବାହ୍ନରେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ ସହିତ ଆୟୁଷ୍ମାନ ଭାରତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image