ବଣାଇଁ,୨୨ା୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ୧୦ ନମ୍ବର (କ) ରାଜ୍ୟ ରାଜପଥ ମୁଚୁରିନାଳି ଗ୍ରାମ ନିକଟରେ ସୁନ୍ଦରଗଡ଼ରୁ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ପୁରୀକୁ ଯାଉଥିବା OSRTC ଜଗନ୍ନାଥ ବସ୍‌ ପ୍ରାୟ ୧୨.୩୦ରେ ଭାରସାମ୍ୟ ରାସ୍ତାର ଖାଲ ତଳକୁ ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଖସିପଡ଼ିଛି। ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ଜଣେ ମହିଳା ବିଦ୍ୟୁତ୍‌ ଆଘାତରେ ଗୁରୁତର ହୋଇଛନ୍ତି। ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିବା ପରେ ଗୁରୁତରଙ୍କୁ ରାଉରକେଲାକୁ ପଠାଇଥିଲେ। କିନ୍ତୁ ଅଳ୍ପକେ ବର୍ତ୍ତିଛନ୍ତି ୫୫ ଜଣ ଯାତ୍ରୀ। ଯେଉଁ ସ୍ଥାନରେ ଗାଡ଼ିଟି ଓଲଟିଲା ଏକ ୩୩ କେଭି ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା। ଯାହାଫଳରେ ବିଦ୍ୟୁତ ଖୁଣ୍ଟ ପଡ଼ିଯିବାରୁ କିଛି ଯାତ୍ରୀ ବିଦ୍ୟୁତ ଆଘାତ ପାଇ ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଜଣେ ମହିଳା ବିଦ୍ୟୁତ୍‌ ଆଘାତ ପାଇ ଜଂଘ ଓ ବେକ ପୋଡ଼ି ଯାଇଥିଲା। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅନ୍ୟ ଯାତ୍ରୀଙ୍କୁ ଅଲଗା ବସ୍‌ରେ ପଠାଇ ତଦନ୍ତ ଚଳାଇଛି। ଚାଳକ ସମ୍ପର୍କରେ କୌଣସି ସୂଚନା ନାହିଁ।

Share