ଓଲଟିଲା ଯାତ୍ରୀଯାବାହୀ ବସ୍‌ ୧୫ରୁ ଊଦ୍ଧର୍‌ବ ଆହାତ

ବାରିପଦା,୨୭।୬: ଚନ୍ଦନେଶ୍ବରରୁ ବାରିପଦା ଆସୁଥିବା ଗୀତାଞ୍ଜଳୀ ନାମକ ଏକ ଘରୋଇ ଯାତ୍ରୀବାହୀ ବସ ମଙ୍ଗଳବାର ଭାରସ୍ୟାମ ହରାଇ ଏକ ଗଛରେ ପିଟି ହୋଇ ରାସ୍ତା ପାଶର୍‌ବକୁ ଓଲଟିପଡିଛି । ଫଳରେ ୧୫ରୁ ଊଦ୍ଧର୍‌ବ ଯାତ୍ରୀ ଆହତ ହୋଇଛନ୍ତି । ବାରିପଦା-ଅମର୍ଦ୍ଦାରୋଡ ରାସ୍ତାର ବାରିପଦା ସଦର ଥାନା ଅଧୀନ ରଙ୍ଗାମାଟିଆ ନିକଟରେ ଏହି ଦୁର୍ଘଟଣା ଘଟିଛି । ନିକଟରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଥିବାରୁ ତୁରନ୍ତ ମେଡିକାଲ ଛାତ୍ରୀଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ବସ୍‌ରେ ପିଲାମାନେ ଆହାତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି ।