ଓଲଟିଲା ଯାତ୍ରୀବାହୀ ବସ୍‌

ରୂପ୍‌ସା,୧୩ା୧୦(ଡି.ଏନ୍‌.ଏ.): ବାଲେଶ୍ୱର ୬୦ ନଂ. ଜାତୀୟ ରାଜପଥର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ନିକଟରେ ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି। ଫଳରେ ୧୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ବସ୍ତା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି l କୋଲକାତାରୁ ଚାନ୍ଦବାଲି ରାଜକନିକା ଅଭିମୁଖେ ଯାଉଥିବା ଓଡି ୨୨ ଇ ୭୩୮୩ ଜଗାକାଳିଆ ନାମକ ଯାତ୍ରୀବାହୀ ବସ୍‌ ହଳଦୀପଦା ବାଇପାସ ନିକଟରେ ଭାରସାମ୍ୟ ହରାଇ ରାସ୍ତା ମଝିରେ ଥିବା ଡ୍ରେନ୍‌ରେ ଓଲଟି ପଡ଼ିଥିଲା। ଗୁରୁବାର ଭୋର୍‌ ସମୟରେ ଡ୍ରାଇଭରଙ୍କ ଆଖି ଲାଗି ଯାଇଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି। ବସ୍‌ରେ ପ୍ରାୟ ୫୦ ଜଣ ଯାତ୍ରୀ ଥିବା ବେଳେ ୧୦ରୁ ଅଧିକ ମହିଳା ଓ ପୁରୁଷ ଯାତ୍ରୀ ଆହତ ହେlଇଛନ୍ତି। ଜଣେ ନାବାଳକଙ୍କ ଗୋଡ଼ ଭାଙ୍ଗିଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲ୍‌ପର ଫେରାର ଅଛନ୍ତି। କିଛି ଯାତ୍ରୀ ଅନ୍ୟ ବସ୍‌ରେ ଘରକୁ ଯାଇଥିବା ବେଳେ ଆଉ କିଛି ଯାତ୍ରୀ ବସ୍‌ ପାଖରେ ବସିଥିବାର ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ବସ୍ତା ପୋଲିସ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛି।

Share