ମୋହନା,୨୬ା୯(ଡି.ଏନ୍.ଏ.): ଗଜପତି ଜିଲା ମୋହନା ରାଇସିଂ ଘାଟିରେ ସୋମବାର ଭୋର୍ରୁ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ଏଥିରେ ଥିବା ପ୍ରାୟ ୨୫ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କାମଧେନୁ ନାମକ ଏହି ଯାତ୍ରୀବାହୀ ବସ୍ଟି ରାୟଗଡ଼ା ଜିଲା ମୁନିଗୁଡ଼ାରୁ ବ୍ରହ୍ମପୁର ଯାଉଥିବା ସମୟରେ ଭାରସାମ୍ୟ ହରାଇ ରାଇସିଂ ଘାଟିରେ ବସ୍ଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ମୋହନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ଅନ୍ୟ ବସ୍ରେ ଗନ୍ତବ୍ୟସ୍ଥଳକୁ ପଠାଇଛନ୍ତି।