Advertisement

ବ୍ରିଟିଶ ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଓଲଟିପଡିଲା ପିକଅପ୍‌ ଭ୍ୟାନ: ୨୫ ଆହତ, ଜଣେ ମୃତ

ପଟ୍ଟାଙ୍ଗି,୨୫।୧୧(ଶରତ ଧଳ): ପଡୋଶୀ ଆନ୍ଧ୍ର ରାଜ୍ୟକୁ ଦାଦନ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ପିକଅପ୍‌ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୨୫ ଜଣ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଖବରପାଇବା ପରେ ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ର ସହ ଯୋଗାଯୋଗ କରାଯାଇ ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଯାଇଥିଲା।

ସୂଚନାମୁତାବକ କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ଖିନବର ପଞ୍ଚାୟତର କନାଗ୍ରାମର ପ୍ରାୟ ୨୫ଜଣ ମହିଳା ଏବଂ ପୁରୁଷଙ୍କୁ ନେଇ ଏକ ପିକଅପ୍‌ ଭ୍ୟାନ ପଟ୍ଟାଙ୍ଗି ହୋଇ କୋଟିଆ ପଞ୍ଚାୟତର ନେରିଡିବାଲସା ଦେଇ ପଡୋଶୀ ଆନ୍ଧ୍ର ରାଜ୍ୟ ବିଜୟୱାଡା ଅଞ୍ଚଳକୁ ଯାଉଥିଲା। ସେତିକି ବେଳେ ବ୍ରିଟିଶ ରାସ୍ତାର କୁମ୍ବିମାଡା ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ବ୍ରେକ ଫେଲ ହୋଇଯିବାରୁ ଭାରସାମ୍ୟ ହରାଇ ରାସ୍ତା ପାର୍ଶରେ ରହିଥିବା ପାହାଡ଼କୁ ଧକ୍କା ଦେଇ ରାସ୍ତା ଉପରେ ଓଲଟି ପଡିଥିଲା। ଏହି ସମୟରେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share