ବାହାଘର ସାରି ଫେରୁଥିବା ବେଳେ ଓଲଟିଲା ପିକ୍‌ଅପ୍‌: ୨ମୃତ, ୨୫ରୁ ଊର୍ଦ୍ଧ୍ୱ ଆହତ

ନୂଆପଡ଼ା ଅଫିସ,୧୫।୨: ନୂଆପଡ଼ା ଜିଲା କୋମନା ଥାନା କ୍ରିଷ୍ଣା ଛକରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ପିକ୍‌ଅପ ଭ୍ୟାନ୍‌ ଓଲଟି ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ତେବେ ବାହାଘର ପରେ କନ୍ୟାକୁ ଛାଡ଼ି ଯାଉଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି।