ଲିବିଆ ଉପକୂଳରେ ଓଲଟିଲା ଜାହାଜ : ଶିଶୁ-ମହିଳାଙ୍କ ସମେତ ୬୧ ମୃତ…

ତ୍ରିପୋଲି,୧୭।୧୨: ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ଜାହାଜ ଲିବିଆ ଉପକୂଳରେ ଓଲଟ ପଡଛି। ଏହି ଦୁର୍ଘଟଣାରେ ମହିଳା ଏବଂ ଶିଶୁଙ୍କ ସମେତ ଅତି କମରେ ୬୧ ଜଣ ପ୍ରବାସୀ ବୁଡ଼ି ଯାଇଥିଲେ। ଏହି ସୂଚନା ସୋସିଆଲ ମିଡିଆରେ ଲିବିଆରେ ଥିବା ଇଣ୍ଟରନ୍ୟାଶନାଲ ଅର୍ଗାନାଇଜେଶନ ଫର ମାଇଗ୍ରେଶନ (ଆଇଓଏମ) ଦ୍ୱାରା ପ୍ରଦାନ କରାଯାଇଛି।

ଆଇଓଏମ ବଞ୍ଚିଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ କହିଛି ଜାହାଜରେ ସମୁଦାୟ ୮୬ ଜଣ ଲୋକ ଥିଲେ। ଏହା ଲିବିଆର ଜୱାରା ସହର ଯାତ୍ରା ଆରମ୍ଭ କରିଥିଲା।

ସମୁଦ୍ର ଦେଇ ୟୁରୋପରେ ପହଞ୍ଚିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଲିବିୟା ଏକ ପ୍ରମୁଖ ରାସ୍ତା। ଆଫ୍ରିକା ଏବଂ ମଧ୍ୟ ପୂର୍ବରେ ଅବସ୍ଥିତ ଦେଶଗୁଡିକର ଲୋକମାନେ ସେଠାରେ ଘଟୁଥିବା ଯୁଦ୍ଧ ଏବଂ ଅଶାନ୍ତିରୁ ରକ୍ଷା ପାଇବା ପାଇଁ ଲିବିୟା ଦେଇ ୟୁରୋପ ଯିବାକୁ ଚାହୁଁଛନ୍ତି। ମାନବ ଚାଲାଣ ନେଟୱାର୍କ ଏହି ମାର୍ଗରେ ଉପକୂଳବର୍ତ୍ତୀ ଅଞ୍ଚଳକୁ ନିୟନ୍ତ୍ରଣ କରୁଥିବା ସାମରିକ ଗୋଷ୍ଠୀ ଦ୍ୱାରା ପରିଚାଳିତ। ସେମାନେ ଭୂମଧ୍ୟସାଗର ଦେଇ ପ୍ରବାସୀମାନଙ୍କୁ ନେଇ ଜାହାଜ ଏବଂ ଡଙ୍ଗା ଗୁଡିକ ବିପଦପୂର୍ଣ୍ଣ ଯାତ୍ରା କରିଥାନ୍ତି। ଗତ କିଛି ମାସ ହେବ, ଲିବିଆର ସୁରକ୍ଷା ବାହିନୀ ପ୍ରବାସୀମାନଙ୍କୁ ଅଟକ ରଖି ସେମାନଙ୍କୁ କଟକଣା ଜାରି କରିଥିବା ଜଣାଯାଇଛି।

ସୂଚନାଯୋଗ୍ୟ ପ୍ରବାସୀମାନେ ବୁଡ଼ିଯିବାର ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ଅନେକ ମାମଲା ସାମ୍ନାକୁ ଆସିଛି। ଜୁନ ମାସରେ ମଧ୍ୟ ଏଭଳି ଘଟଣା ଘଟିଥିଲା, ଯେତେବେଳେ ୭୯ ପ୍ରବାସୀ ବୁଡ଼ି ଯାଇଥିଲେ ଏବଂ ଶହ ଶହ ଲୋକ ନିଖୋଜ ହୋଇଯାଇଥିଲେ। ଫେବୃଆରୀରେ ଝଡ଼ ସମୟରେ ସେମାନଙ୍କ ଡଙ୍ଗା ଇଟାଲୀର କାଲାବ୍ରିଆନ ଉପକୂଳରେ ବୃହତ ଆକାରର ପଥରରେ ମାଡ ହୋଇଥିଲା। ଫଳରେ ୯୬ ଜଣଙ୍କର ମୃତ୍ୟୁ ଘଟିଥିଲା।

ଜାହାଜ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ଜାହାଜରେ ଥିବା ଅଧିକାଂଶ ଲୋକ ଇଜିପ୍ଟ, ସିରିଆ ଏବଂ ପାକିସ୍ଥାନର।

Share