ଓଲଟିଲା ଟୁରିଷ୍ଟ ବସ୍‌

ଭଦ୍ରକ,୨୦ା୭(ସନାତନ ରାଉତ): ୧୬ ନଂ. ଜାତୀୟ ରାଜପଥ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଛତାବରପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ଏକ ଟୁରିଷ୍ଟ ବସ୍‌ ଓଲଟି ୨ ଜଣ ଗୁରୁତର ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଭଣ୍ଡାରିପୋଖରୀ ମେଡିକାଲ ପରେ ଗୁରୁତରମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ପଶ୍ଚିମବଙ୍ଗ ଚବିଶପ୍ରଗଣାରୁ ବାହାରି ବାଲେଶ୍ୱରରେ ପଞ୍ଚୁଲିଙ୍ଗେଶ୍ୱର ଦର୍ଶନ ସାରି ନନ୍ଦନକାନନ ଅଭିମୁଖେ ଯାଉଥିଲା। ବସ୍‌ରେ ୭୦ ଜଣ ଯାତ୍ରୀ ଥିବା ବେଳେ ଭାରସାମ୍ୟ ହରାଇ ଉକ୍ତ ସ୍ଥାନରେ ନୟନଯୋରୀକୁ ଓଲଟିଥିଲା। ଆହତଙ୍କ ମଧ୍ୟରେ ଛୋଟ ପିଲା ଓ ମହିଳା ରହିଛନ୍ତି l ପୋଲିସ ଦମକଳ ବାହିନୀ ଓ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ପଠାଇଛନ୍ତି।

Share