ଓଲଟି ପଡ଼ିଲା ଟ୍ରକ୍‌, ୩ ଗୁରୁତର

ଆନନ୍ଦପୁର,୧୮।୬(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଘସିପୁରା ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥ ଦରଖଳା ନିକଟରେ ଏକ ଟ୍ରକ୍‌ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଛି। ଫଳରେ ଟ୍ରକର ଥିବା ୩ ଯାତ୍ରୀଙ୍କ ସମେତ ଚାଳକ ଏବଂ ହେଲପର ଆହତ ହୋଇଛନ୍ତି।

ଖବର ପାଇ ପିସିଆର ଭ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଓ ଆହତଙ୍କୁ ଉଦ୍ଧାର କରି ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ଗୁରୁତରଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି। ଟ୍ରକ୍‌ଟି ନିଜ ଗନ୍ତବ୍ୟ ସ୍ଥଳକୁ ଯାଉଥିବା ବେଳେ ଅନ୍ୟ ଏକ ଟ୍ରକ୍‌ ଆଗକୁ ମାଡ଼ି ଆସିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଏଥିରେ ଆହତ ବୁଦ୍ଧଦେବ ମାଝୀ ପ୍ରକାଶ କରିଛନ୍ତି।