ଓଲଟିଲା ଭ୍ୟାନ୍‌ : ୨ ମୃତ, ୬ ଗୁରୁତର

ହେମଗିର,୩୧।୫(ଚୈତନ୍ୟ ପଟେଲ): ସୁନ୍ଦରଗଡ ଜିଲା ହେମଗିର ଥାନା ଅନ୍ତର୍ଗତ ଉସତାଲି ଘାଟି ନିକଟରେ ଏକ ଶ୍ରମିକ ନେଇ ଯାଉଥିବା କ୍ୟାମ୍ପର ଭ୍ୟାନ ଭାରସାମ୍ୟ ହରାଇ ଦୁଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସୁନ୍ଦରଗଡ ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇ ପଠାଯାଇଛି।
ମିଳିଥିବା ସୂଚନା ଅନୁସାରେ, ହେମଗିର ବ୍ଲକ ସ୍ଥିତ ଡୁଡୁକା ଠାରେ ବାଲାଜି କମ୍ପାନୀରେ କାମ କରିବା ପାଇ ହେମଗିର ଠାରୁ ଏକ କ୍ୟାମ୍ପର ଗାଡି (ଓଡି ୨୩ଏଲ ୩୯୧୨)ରେ ହେମଗିର ଗ୍ରାମର ରୁପେଶ ମୈତ୍ରୀ, ହୁକୁମ ଚନ୍ଦ ମୈତ୍ରୀ, ବିନୋଦ ମୈତ୍ରୀ, ଧନୁକୁମାରି ମୈତ୍ରୀ,ମମତା ଗନ୍ଧବା, ଶେମବାଇ ଗନ୍ଧବା, ମତିବାଇ ଗନ୍ଧବାଙ୍କ ଯାଉଥିବା ସମୟରେ ଉସତାଲି ଘାଟି ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଦଶଫୁଟ ତଳକୁ ଓଲଟି ପଡିଥିଲା। ଏଥିରେ ଦୁଇ ଜଣ ଶେମବାଇ ଗନ୍ଦବା ଓ ମତିବାଇ ଗନ୍ଦବାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଆହତ ମାନଙ୍କୁ ହେମଗିର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇ ଅଣାଯାଇ ଥିବାବେଳେ ଗୁରୁତର ଆହତ ମାନଙ୍କୁ ଅଧିକ ଚିକିତ୍ସା ପାଇ ସୁନ୍ଦରଗଡକୁ ପଠାଯାଇଛି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ପରେ ଘଟଣା ସ୍ଥଳରେ କମ୍ପାନୀ କର୍ତ୍ତୃପକ୍ଷ ଓ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି କ୍ଷତି ପୂରଣ ବାବଦକୁ ଲକ୍ଷେ ଟଙ୍କା ପ୍ରଦାନ କରାଜିବା ସହ ଇନ୍ସୁରାନ୍ସର ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଉତ୍ୟକ୍ତ ଲୋକେ ଶାନ୍ତ ହୋଇଥିଲା । ପରେ ହେମଗିର ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇ ପଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୀଘାରେ ଜଗନ୍ନାଥ ମନ୍ଦିର ଉଦ୍‌ଘାଟନୀ ଦିନ ରୋଷ କାର୍ଯ୍ୟରେ ସାମିଲ ହେଲେ କାର୍ଯ୍ୟାନୁଷ୍ଠାନ

ପୁରୀ,୨୪।୪: ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଦିଘାରେ ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିର ଆସନ୍ତା 30 ତାରିଖ ଅକ୍ଷୟ ତୃତୀୟାରେ ଉଦଘାଟନ ହେବ। ଏହି କାର୍ଯ୍ୟକ୍ରମରେ ପୁରୀ...

କେଉଁଠି ଅଛ ଶୀଘ୍ର ଆସ, ନ ହେଲେ ବିଳମ୍ବ ହୋଇଯିବ: ଓଓ୍ବାଇସିଙ୍କୁ ଫୋନ୍‌ କରି କାହିଁକି ଡାକିଲେ ଅମିତ ଶାହା

ନୂଆଦିଲ୍ଲୀ,୨୪।୪: ପହଲଗାମ ଆକ୍ରମଣ ପରେ, କେନ୍ଦ୍ର ସରକାର ଗୁରୁବାର ସମସ୍ତ ରାଜନୈତିକ ଦଳର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ସରକାର ପହଲଗାମରେ ହୋଇଥିବା...

ଗୌଡ଼ ଗାଁରେ ସିରିଜ୍‌ ଚୋରି: ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର

ଦିଗପହଣ୍ଡି,୨୪ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁରେ ସିରିଜ୍‌ ଚୋରି ହୋଇଛି। ପୌରାଣିକ ରାମାୟଣ ଥିଏଟର ନିର୍ଦ୍ଦେଶକ ବୁଲୁ ସାହୁ ବୁଧବାର...

ଶାଳୀ ପାଇଁ ଭିଣୋଇଙ୍କୁ ହତ୍ୟା: ୨ ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି,୨୪ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପି. ସାମନ୍ତରାପୁର ଗ୍ରାମର ହୀନ ପାତ୍ରଙ୍କୁ ହତ୍ୟା ଘଟଣାରେ ପାଟପୁର ପୋଲିସ ବୁଧବାର ଶେରଗଡ଼ ଥାନା...

ଜାତୀୟ ପଞ୍ଚାୟତିରାଜ ଦିବସ: ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବିଭିନ୍ନ ଯୋଜନା ଘୋଷଣା

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): ବ୍ଲକ ସ୍ତରରେ ପାଳିତ ହୋଇଛି ଜାତୀୟ ପଞ୍ଚାୟତିରାଜ ଦିବସ। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡିଓ ପ୍ରୀତିରଞ୍ଜନ...

ଭିତ୍ତିଭୂମି ବିକାଶରେ ଦ୍ୱିତୀୟ ସ୍ଥାନରେ ବଡ଼ ପାଟଣା ପଞ୍ଚାୟତ

ପାଟଣା,୨୪।୪(ବୀର କିଶୋର ଦାଶ): କେନ୍ଦୁଝରରେ ଜିଲାସ୍ତରୀୟ ଜାତୀୟ ପଞ୍ଚାୟତରାଜ ଦିବସ ଗୁରୁବାର କେନ୍ଦୁଝର ଅଡିଟୋରିୟମରେ ପାଳିତ ହୋଇଯାଇଛି। ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ସଫଳତା ପାଇଁ ପାଟଣା...

ଫୱାଦ ଖାନଙ୍କ ଫିଲ୍ମ ‘ଅବୀର ଗୁଲାଲ’ ଭାରତରେ ମୁକ୍ତିଲାଭ କରିବ ନାହିଁ

ମୁମ୍ବାଇ,୨୪।୪: ପାକିସ୍ତାନୀ ଅଭିନେତା ଫୱାଦ ଖାନଙ୍କ ଆଗାମୀ ଫିଲ୍ମ ‘ଅବୀର ଗୁଲାଲ’ ଭାରତରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ନାହିଁ ବୋଲି ଖବର ମିଳିଛି। ଏହି ଫିଲ୍ମଟି...

ଖାଁ ଖାଁ ଡାଲ୍ ହ୍ରଦ, ପଳାୟନ କରୁଛନ୍ତି ପର୍ଯ୍ୟଟକ: ଆତଙ୍କବାଦୀ ଆକ୍ରମଣକୁ ଏକ ସ୍ୱରରେ ବିରୋଧ କରୁଛି କାଶ୍ମୀର

ନୂଆଦିଲ୍ଲୀ,୨୪।୪: ପାହାଲଗାମ ଆତଙ୍କବାଦୀ ଆକ୍ରମଣରେ ୨୫ ଜଣ ପର୍ଯ୍ୟଟକ ଏବଂ ଜଣେ କାଶ୍ମୀରୀଙ୍କ ମୃତ୍ୟୁ ଘଟିବାର ୪୮ ଘଣ୍ଟାରୁ କମ ସମୟ ମଧ୍ୟରେ ଉପତ୍ୟକାର ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image