ଓଲଟିଲା ଓ୍ବାଟର ଟ୍ୟାଙ୍କର

ଛତ୍ରପୁର,୩୧ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ କାଳିଆବାଲି ଛକରେ ବୁଧବାର ଏକ ଓ୍ବାଟର ଟ୍ୟାଙ୍କର ଓଲଟି ପଡ଼ିଛି।
ମିଳିଥିବା ସୂଚନା ମୁତାବକ ଏକ ନମ୍ବର ବିହୀନ ପାଣି ଟ୍ୟାଙ୍କରଟି ବ୍ରହ୍ମପୁରରୁ ଛତ୍ରପୁର ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ହାଇଓ୍ବେ ପାଟ୍ରୋଲିଂ ଗାଡ଼ିର ଏସ୍‌ପିଓ ସିମାଞ୍ଚଳ ସାହୁ ଓ ଡ୍ରାଇଭର ଶୁଭମ କୁମାର ପହଞ୍ଚି ଚମାଖଣ୍ଡି ଥାନା ପୋଲିସର ସହାୟତାରେ ଗାଡ଼ିକୁ ଉଦ୍ଧାର କରିଥିଲେ। ଏଥିରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି l