ଚାଇନାରେ କରୋନା ବିସ୍ଫୋରଣକୁ ଦେଖି ଡରିଗଲାଣି ଆମେରିକା

ୱାଶିଂଟନ,୨୩ ।୧୨: ଚାଇନାରେ କରୋନା ସଂକ୍ରମଣ ବେଳକୁ ବେଳ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦେଖି ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କନ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ସରକାରଙ୍କୁ କୋଭିଡ ସମ୍ପର୍କିତ ସମସ୍ତ ଡାଟା ଶେୟାର କରିବାକୁ ଅନୁରୋଧ କରିଛନ୍ତି । ଆଣ୍ଟନି ବ୍ଲିଙ୍କନ କହିଛନ୍ତି ଚାଇନାରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ଏବେ ସାରା ବିଶ୍ୱର ଚିନ୍ତାକୁ ବଢାଇ ଦେଇଛି । ଏହାସହ ଆମେରିକା ବୈଦେଶିକ ମନ୍ତ୍ରୀ ଚାଇନାକୁ ଆମେରିକା ଭ୍ୟାକ୍ସିନ ଦେବାକୁ କହିଛନ୍ତି ।
ଆଣ୍ଟନି ବ୍ଲିଙ୍କନ ଏକ ପ୍ରେସ କନଫରେନ୍ସରେ କହିଛନ୍ତି, ଚାଇନା ସମେତ ବିଶ୍ୱର ସମସ୍ତ ଦେଶ ଟିକାକରଣ ଉପରେ ଗୁରୁତ୍ୱଦେବା ଉଚିତ । ଅଧିକରୁ ଅଧିକ ଟେଷ୍ଟିଂ କରନ୍ତୁ ଓ ଚିକିତ୍ସା ସୁବିଧା ହାସଲ କରନ୍ତୁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କରୋନା ସଂକ୍ରମିତମାନେ ସେମାନଙ୍କ ଅନୁଭବ ସାରାବିଶ୍ୱାସୀଙ୍କ ସହ ଶେୟାର କରନ୍ତୁ । କେବଳ ଚାଇନା ନୁହେଁ ସମଗ୍ର ବିଶ୍ୱବାସୀ ଏହାକୁ କଲେ ଭଲ ।
ଆଣ୍ଟୋନି କହିଛନ୍ତି ଚାଇନା କେବଳ ଆମେରିକା ବିରୋଧ ନାମରେ ସହାୟତା ମାଗି ନାହିଁ । ବେଜିଂ ତା’ର ସ୍ୱଦେଶୀ ଭ୍ୟାକ୍ସିନକୁ ନେଇ ଆଗକୁ ବଢିଥିଲା ହେଲେ ଅନ୍ତରାଷ୍ଟ୍ରୀୟ ହେଲ୍‌ଥ ଏକ୍ସପର୍ଟ କହିଥିଲେ ଏହା ଆମେରିକା ଭ୍ୟାକ୍ସିନଠାରୁ କମ ପ୍ରଭାବି । ଯଦି କେହି ମାନୁଛି ଯେ ଏହା ଉପଯୋଗୀ ତେବେ ଆମେ କାହାକୁ ବି ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛୁ ।

Share