କୋଭିଶିଲ୍ଡକୁ ବ୍ରିଟେନରେ ମଞ୍ଜୁରୀ

ଲଣ୍ଡନ,୩୦।୧୨: ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନିକା ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ପ୍ରତିଷେଧକ ଟିକା କୋଭିଶିଲ୍ଡକୁ ବ୍ରିଟେନ୍‌ରେ ମଞ୍ଜୁରୀ ମିଳିଛି। ଏଣିକି ବ୍ରିଟେନରେ ଜରୁରୀକାଳୀନ ପରିସ୍ଥିତିରେ କୋଭିଶିଲ୍ଡର ବ୍ୟବହାର କରାଯାଇ ପାରିବ। ବ୍ରିଟେନ୍‌ ସରକାର କୋଭିଶିଲ୍ଡର ୧୦ କୋଟି ଟିକା ଅର୍ଡର ମଧ୍ୟ କରିଛନ୍ତି। ଏହାଦ୍ୱାରା ଦେଶର ୫ କୋଟି ଲୋକଙ୍କ ଟିକାକରଣ କରାଯାଇପାରିବ ବୋଲି କୁହାଯାଉଛି। ଟିକା ସୁରକ୍ଷିତ ଏବଂ ଏହାର ପ୍ରୟୋଗରେ କୌଣସି ଗୁରୁତର ପାର୍ଶ୍ୱପ୍ରତିକ୍ରିୟା ସୃଷ୍ଟି ହେବ ନାହିଁ ବୋଲି ପ୍ରସ୍ତୁତକାରୀ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନିକା ପକ୍ଷରୁ କୁହାଯାଇଛି।

Share