ଭୁବନେଶ୍ୱର,୧।୧୨(ବ୍ୟୁରୋ): ଗୁରୁବାର ଅବପାତରେ ପରିଣତ ହେବ ଆଣ୍ଡାମାନ ସାଗର ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର। ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରି ଗୁରୁବାର ଅବପାତର ରୂପ ନେବ। ଅବପାତରେ ପରିଣତ ହେଲା ପରେ କେଉଁଠି ମାଡ଼ ହେବ ତାହା ସ୍ପଷ୍ଟ ହେବ। ବୁଧବାର ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ସମ୍ଭାବ୍ୟ ବାତ୍ୟା କେଉଁ ଜାଗାରେ ଉପକୂଳ ଅତିକ୍ରମ କରିବ,ଏହାର ତୀବ୍ରତା କେତେ ରହିବ କାଲି ସ୍ପଷ୍ଟ କରାଯିବ। ହେଲେ ୪ ତାରିଖ ସକାଳେ ଉତ୍ତର ଆନ୍ଧ୍ର, ଓଡ଼ିଶା ଉପକୂଳରେ ପହଞ୍ଚିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଡିସେମ୍ବର ୩ରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ। ୪ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଏହା ପ୍ରଭାବରେ ପବନ ମଧ୍ୟ ବହିବ।