Categories: ଜାତୀୟ

ଆମେ ଛୋଟ ପିଲା ନୁହେଁ, ବିଭ୍ରାନ୍ତ ହୋଇଯିବୁ: ଓଓ୍ବେସି

ନୂଆଦିଲ୍ଲୀ,୨୫।୧୦: ନାଗରିକ ସଂଶୋଧନ ଆଇନକୁ ନେଇ ଆର୍‌ଏସଏସ ମୁଖ୍ୟ ମୋହନ ଭାଗବତଙ୍କ ବିବୃତିରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଲ ଇଣ୍ଡିଆ ମଜଲିସ୍‌-ଏ-ଇତ୍ତେହାଦୁଲ ମୁସଲିମିନ (ଆଇଏଏମଆଇଏମ) ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସି। ସେ କହିଛନ୍ତି, ମୁସଲମାନମାନେ ପିଲା ନୁହନ୍ତି ଯେ ସେମାନେ ବିଭ୍ରାନ୍ତ ହୋଇଯିବେ। ଭାଜପା ସିଏଏ ଏବଂ ଏନ୍‌ସିଆର୍‌ ଉଦ୍ଦେଶ୍ୟ ସ୍ପଷ୍ଟ କରୁନାହାନ୍ତି। ଯଦି ଏହା ମୁସଲମାନ ସଂକ୍ରାନ୍ତୀୟ ନୁହେଁ, ତେବେ ଏହି ଆଇନରୁ ଧର୍ମ ପ୍ରସଙ୍ଗ ଉଠାଇ ଦିଆଯାଉ। ଆମର ଭାରତୀୟତା ପ୍ରମାଣ କରିବା ଲାଗି ଆବଶ୍ୟକ ଆଇନ ହେବାଯାଏଁ ଆମେ ବାରମ୍ବାର ପ୍ରତିବାଦ କରିବୁ। ସୂଚନାଯୋଗ୍ୟ, ସିଏଏ ବିରୋଧୀ ପ୍ରତିବାଦ ପ୍ରସଙ୍ଗ ଉଠାଇ ଆରଏସଏସ ମୁଖ୍ୟ ଭାଗବତ କହିଥିଲେ, ସିଏଏ କୌଣସି ସମ୍ପ୍ରଦାୟକୁ ବିରୋଧ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ। ଏହି ନିୟମକୁ ବିରୋଧ କରୁଥିବା ଲୋକମାନେ ମୁସଲମାନ ଭାଇମାନଙ୍କୁ ବିଭ୍ରାନ୍ତ କରିବାକୁ ଚାହୁଁଛନ୍ତି। ତେଣୁ ମୁସଲମାନ ଭାଇମାନଙ୍କୁ କହିବାକୁ ଚାହାଁନ୍ତି ଯେ ଏହି ନିୟମର ଉଦ୍ଦେଶ୍ୟ ହେଉଛି ମୁସଲମାନ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା। ସିସିଏକୁ ବ୍ୟବହାର କରି ସୁବିଧାବାଦୀମାନେ ପ୍ରତିବାଦ ନାଁରେ ଯୋଜନାବଦ୍ଧ ହିଂସା ଭିଆଇଛନ୍ତି ବୋଲି ଭାଗବତ କହିଛନ୍ତି।

Share