Categories: ଜାତୀୟ

ଅନୁପ୍ରବେଶକାରୀଙ୍କୁ ଭୋଟର ତାଲିକାରେ ସାମିଲ କରୁଛନ୍ତି ଓଓ୍ବାସି-କେସିଆର୍‌: ସ୍ମୃତି ଇରାନୀ

ହାଇଦ୍ରାବାଦ୍‌,୨୫।୧୧: ଭାଜପା ସଦସ୍ୟ ସ୍ମୃତି ଇରାନୀ ତେଲଙ୍ଗାନାର ଗ୍ରେଟର ହାଇଦ୍ରାବାଦ୍‌ରେ ଡିସେମ୍ବର ୧ରେ ହେବାକୁଥିବା ନଗରନିଗମ ନିର୍ବାଚନ ପାଇଁ ପ୍ରଚାର କରିବାକୁ ପହଞ୍ଚିଛନ୍ତି। ସେ ଅସଦୁଦ୍ଦିନ୍‌ ଓଓ୍ବାସି ଏବଂ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ସେମାନେ ଜାଣିଶୁଣି ଭୋଟର ତାଲିକାରେ ଅନୁପ୍ରବେଶକାରୀଙ୍କୁ ସାମିଲ୍‌ କରିଥିବା ସ୍ମୃତି ଅଭିଯୋଗ କରିଛନ୍ତି। ସୀମାରେ ଭାରତୀୟ ଯବାନମାନେ ଅନୁପ୍ରବେଶକାରୀଙ୍କ କଡ଼ା ମୁକାବିଲା କରୁଥିବାବେଳେ ଦେଶ ଭିତରେ କିଛି ରାଜନୈତିକ ଦଳ ସେମାନଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରୁଥିବା ସେ କହିଛନ୍ତି। ଏବେ ସ୍ମୃତିଙ୍କ ଏଭଳି ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Share