Categories: ଜାତୀୟ

ତୃତୀୟ ମୋର୍ଚ୍ଚାର ସଙ୍କେତ ଦେଲେ ଓଓ୍ବାଇସି

ନୂଆଦିଲ୍ଲୀ,୧୭।୯: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ ହେବାରେ ଲାଗିଛି। ଏନ୍‌ଡିଏ ଏବଂ ମିଳିତ ମେଣ୍ଟ ‘ଇଣ୍ଡିଆ’ ପରେ ଏବେ ଏକ ତୃତୀୟ ସାମ୍ମୁଖ୍ୟ ମଧ୍ୟ ଗଠନ ହେଉଥିବା ଜଣାପଡିଛି। ଏନେଇ ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସାଦୁଦ୍ଦିନ ଓୱାଇସି ସଙ୍କେତ ଦେଇଛନ୍ତି।
ମିଳିତ ମେଣ୍ଟ ‘ଇଣ୍ଡିଆ’ରେ ଯୋଗଦେବାକୁ ଆମନ୍ତ୍ରିତ ନ ହେବା ଉପରେ ଅସାଦୁଦ୍ଦିନ ଓୱାଇସି କହିଛନ୍ତି ଯେ, ଆମନ୍ତ୍ରିତ ନ ହେବା ପାଇଁ ମୁଁ ଚିନ୍ତିତ ନୁହେଁ। ବିଏସପି ମୁଖ୍ୟ ମାୟାବତୀ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଏବଂ ଉତ୍ତର-ପୂର୍ବ ଏବଂ ମହାରାଷ୍ଟ୍ରର ଅନେକ ଦଳ ମଧ୍ୟ ଏହି ମିଳିତ ମଞ୍ଚରେ ସାମିଲ ନୁହଁନ୍ତି। ଆମେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଆଗକୁ ଯାଇ ତୃତୀୟ ଫ୍ରଣ୍ଟ ଗଠନ କରିବାକୁ ଏବଂ ଏଥିରେ ଅନେକ ଦଳ ସାମିଲ କରିବାକୁ କହିଛୁ। ବର୍ତ୍ତମାନ ଏକ ରାଜନୈତିକ ଶୂନ୍ୟସ୍ଥାନ ଅଛି ଯାହା କେସିଆର୍‌ଙ୍କ ନେତୃତ୍ୱରେ ପରିପୂର୍ଣ୍ଣ ହେବ। ‘ଇଣ୍ଡିଆ’ ମେଣ୍ଟ ଏହି ଶୂନ୍ୟସ୍ଥାନ ପୂରଣ କରିବାରେ ସକ୍ଷମ ନୁହଁନ୍ତି।
ଜୁଲାଇରେ ବେଙ୍ଗାଲୁରୁରେ ଅନୁଷ୍ଠିତ ବିରୋଧୀ ମିଳିତ ମେଣ୍ଟ ‘ଇଣ୍ଡିଆ’ ବୈଠକରେ ୨୬ ଦଳ ଅଂଶଗ୍ରହଣ କରିଥିଲେ। କିନ୍ତୁ ଏହି ବୈଠକକୁ ଏଆଇଏମ୍‌ଆଇଏମ୍‌ ଦଳକୁ ଡକାଯାଇ ନ ଥିଲା।

Share